Latest Odisha News

BREAKING NEWS

ଲଉଡ଼ି ଓ ଢାପ ନୃତ୍ୟ ସହ ଆମ ଲୋକକଳା ଆମ ସଂସ୍କୃତିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ , ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଦିପୁରର ଲଉଡ଼ି ନୃତ୍ୟ , ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଢାପ ନୃତ୍ୟ ପରିବେଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ଦଲାଇ ମୁଖ୍ୟ ଅତିଥି ଭାବରେ , ରଞ୍ଜନ କୁମାର ଦାସ , ଅରୁଣା ମହାନ୍ତି, ବାସୁଦେବ ମାଲବିଷୋୟୀ ଅବନୀ କୁମାର ମିଶ୍ର ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ପାଇଁ ଓଡ଼ିଶାରେ କଳାକାର ସଙ୍ଘ ତିଆରି ହୋଇପାରିଛି ଏବଂ ଲୋକକଳାକୁ ରାଜ୍ୟରେ ତଥା ରାଜ୍ୟ ବାହାରେ ପ୍ରଚାର ପ୍ରସାର କରିବା ଦିଗରେ ସରକାରଙ୍କ ତରଫରୁ ନିଆଯାଉଥିବା ଉଲ୍ଲେଖଯୋଗ୍ୟ ପଦକ୍ଷେପ ସବୁ ସହାୟ ହେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଆଲେଖ୍ୟର ନାଟ୍ୟ ରଚନା କରିଥିବା ଅବନୀ ମିଶ୍ରଙ୍କ ପୁସ୍ତକ “ସମର ତରଙ୍ଗ” ଉନ୍ମୋଚିତ ହୋଇଥିଲା।

କୋଭିଟ କଟକଣା ପାଳନ ପୂର୍ବକ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଫେସବୁକ ଓ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଦର୍ଶକ ଦେଖିଥିଲେ।

 

Leave A Reply

Your email address will not be published.