Latest Odisha News

BREAKING NEWS

ସୋସିଆଲ ମିଡିଆରେ ସମ୍ବିଧାନକୁ ଅପମାନ, ଭୀମ ସେନା ପକ୍ଷରୁ ଥାନାରେ ଏତଲା

ବରଗଡ଼ : ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କ ନିକଟରେ ଏତଲା ଦିଆଯାଇଛି । ଏହାସହ ସଂପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଅବହେଳା ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଭୀମ ସେନା ।

ସମ୍ବିଧାନକୁ ଅପମାନିତ କରିଥିବା ମହିଳା ଜଣକ ହେଲେ ବରଗଡ଼ର ଦେବୀକା ସିକା । ସମ୍ବିଧାନ ଦିବସ ପାଳନକୁ ବିରୋଧ କରିବା ସହ ମହିଳା ଜଣକ ସମ୍ବିଧାନକୁ ବିରୋଧ କରୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ମହିଳାଙ୍କୁ କଡ଼ା ସମାଲୋଚନା ହୋଇଛି ।

Leave A Reply

Your email address will not be published.