Latest Odisha News

BREAKING NEWS

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ ଏସମ୍ପର୍କରେ…

ଗୁଜୁରାତି ଶରୀରର ପାଚନକ୍ରିୟାରେ ଅଦ୍ଭୁତପୂର୍ବ ସହାୟକ ହୋଇଥାଏ ।

କୋଲେଷ୍ଟ୍ରୋଲ: ଗୁଜୁରାତି ଖାଲି ଏକ ମସଲା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ସମସ୍ୟା ରହିଛି ତେବେ ଗୁଜୁରାତିକୁ ପ୍ରତିଦିନ ଚା’ରେ ବ୍ୟବହାର କରନ୍ତୁ । ଏହା ଶରୀରରୁ କୋଲେଷ୍ଟ୍ରୋଲ କମାଇବାରେ ସାହାର୍ଯ୍ୟ କରିଥାଏ ।

ବାନ୍ତି: ବାନ୍ତିି ସମସ୍ୟା ଥିଲେ ଗୁଜୁରାତିକୁ ରାତିରେ ପାଣିରେ ଭିଜାଇ ସେହି ପାଣିକୁ ସକାଳେ ପିଇଲେ ଏହି ସମସ୍ୟା ଦୂର ହୋଇଥାଏ । ଅଥବା ଗୁଜୁରାତିକୁ ପାଣିରେ ପକାଇ ସେହି ପାଣିକୁ ଫୁଟାଇ ପିିିଇଲେ ବାନ୍ତିି ଭଲ ହୋଇଥାଏ । ଏପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଗାଡି ମୋଟରରେ ଯାତାୟାତ ସମୟରେ ବାନ୍ତିି ଭଳି ସମସ୍ୟା ଦେଖାଦେଇଥାଏ, ସେମାନେ ମଧ୍ୟ ଗୁଜୁରାତି ପାଣି ସେବନ କଲେ ଏହି ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ପାଇପାରନ୍ତି । ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିିକୁ ମଧ୍ୟ ଗୁଜୁରାତି ରୋକିଥାଏ ।

 

ବ୍ରଣ: ମୁହଁରେ ବ୍ରଣ ବାହାରିବା ଏକ ସାଧାରଣ ସମସ୍ୟା ହୋଇପଡିଲାଣି । ଏହି ସମସ୍ୟାର ଉପଶମ ପାଇଁ ଗୁଜୁରାତିକୁ ଗୁଣ୍ଡକରି ବ୍ରଣ ଉପରେ ଏହାର ପେଷ୍ଟ ଲଗାନ୍ତୁ, ଫଳରେ ବ୍ରଣ ଦୂର ହୋଇଯିବ ।

ଚର୍ମରୋଗ: ଔଷଧ ଖାଇବା ପରେ ମଧ୍ୟ ଯଦି ଚର୍ମରୋଗ ଭଲ ହେଉ ନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣିକୁ ଶରୀରରେ ସ୍ପ୍ରେ କରନ୍ତୁ । ଚର୍ମରୋଗର ସମସ୍ୟା ମଧ୍ୟ ଦୂରେଇ ଯିବ ।

Leave A Reply

Your email address will not be published.