Latest Odisha News

ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ନୂଆଦିଲ୍ଲୀ: ସରକାରଙ୍କୁ ଲାଗିଛ ଜିଏସଟି ଝଟ୍‌କା। ଗତ ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା।

ତେବେ ଗତବର୍ଷ ଅଗଷ୍ଟ ତୁଳନାରେ ଏବର୍ଷ ଅଗଷ୍ଟ ମାସରେ ଅଧିକ ୪.୫ ପ୍ରତିଶତ ଜିଏସଟି ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ୯୩ ହଜାର ୯୬୦ କୋଟି ଟଙ୍କା ଆଦାୟ ହୋଇଥିଲା। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଜିଏସଟି ଆଦାୟ ୧ ଲକ୍ଷ କୋଟିରୁ କମ୍‌ ହୋଇଛି।

Leave A Reply

Your email address will not be published.