Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ମୁଁ ତ ସବୁ ବୁଝେଇବି

ରାତି ଅଧରେ ବୁଲୁବୁଲୁ ରାସ୍ତାରେ ଭେଟ ହୋଇଗଲେ ସାମ୍ବାଦିକ ଭାଇ; ପଚାରିଲି ହୈଓ କଣ ଦରମା ଅଭାବରୁ ରାତିରେ ବି ନିଦ ହେଉନାଇଁ? ସାମ୍ବାଦିକେ କହିଲେ ନାଇଁ ଆସିଛି ରାତିର କର୍ଫ୍ୟୁ ଦେଖିବାକୁ; ସତକୁ ନିଜ ଆଖିରେ ଦେଖି ଖବରକାଗଜରେ ଲେଖିବାକୁ! ମୁଁ କହିଲି ଆରେ ବାଃ ଏହା ତ ଅଟେ…

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ ସାଧା ମଶାର ହୋଇଗଲା ଭେଟ; ପଚାରିଲା ଭାଇ ଏବେ ସହରେ ତମେ ତ ଭଲ ଲଗେଇଚ ନାଟ ! ଡେଙ୍ଗୁ ମଶା କହିଲା ଭାଇଫାଇ ନୁହଁ, ଏବେ ଡାକିବୁ ମୋତେ ସାର୍; ଏବେ ଆଉ ନିଜକୁ ନେତା ନୁହେଁ ଭାବୁଛି ଗୋଟେ ବଡ ଅଫିସର୍! ସାଦା ମଶା କହିଲା ଉଭୟ ତ ଥାଆନ୍ତି ଜନତାଙ୍କ…

କୁଳାଙ୍ଗାର ଉବାଚ : ଆଦୌ ନ ଖୋଲୁ ସ୍କୁଲ

ବିଦ୍ୟାଳୟ ପୁଣି ଖୋଲିବ ବୋଲି ସମାଚାରକୁ ଟିଭିରୁ ଶୁଣି; ମୋ ପରି ଅନେକ ଶିକ୍ଷକଙ୍କର ମୁହଁରୁ ଶୁଖିଲାଣି ପାଣି! କଥା କଣ କି ଅନେକ ଦିନରୁ ଏମିତି ଘରେ ରହି ରହି; ଆମର ଶରୀର, ମନ ଆଗ୍ରହୀ ଦିନରାତି ହସଖେଳ ପାଇଁ! ଏମିତିରେ ପ୍ରତିଦିନ ସ୍କୁଲକୁ ଘେରାଏ ବୁଲିକରି ଆସୁଛୁ;…

କୁଳାଙ୍ଗାର ଉବାଚ : ପେଟ୍ରୋଲ ପ୍ରେମକଥା

ଆନ୍ଦୋଳନ  ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ଅଧିକ ଅଧିକ ବଢୁଛି; ଏହା ଦେଖିକରି ଖାଉଟି ବିଚରା ଗାଳିମନ୍ଦ କରି ରଡୁଛି! ଦିନୁଁଦିନ କିନ୍ତୁ ରାସ୍ତାରେ ଅଧିକ ନୂଆନୂଆ ଗାଡି ଗଡୁଛି; ପ୍ରତିବାଦ କରି ରାଗରେ ମଣିଷ ବୋଧେ ପେଟ୍ରୋଲ ଓ ଡିଜେଲ ପୋଡୁଛି!! କନ୍ୟା ସୁରକ୍ଷା…

କୁଳାଙ୍ଗାର ଉବାଚ : ହୋ ଭଗତେ ୨୦୨୧

ହୋ ଭଗତେ... ହୋ...  ରଥ ଯାଏ ଗଡି.. ଚକ ଯାଏ ଗଡି, କବାଟ ଫାଙ୍କରେ ଚାହିଁଲା ବେଳକୁ ବୁଢାକୁ ଟାଣୁଛି ବୁଢୀରେ.... ଡିଡ୍ଡାଣି.. ଡିଡ୍ଡାଣି... ଡାଆଣି.....। ହୋ ଭଗତେ... ହୋ... ବସ ଚାଲୁ ନାହିଁ.. ତାଲା ବନ୍ଦି ପାଇଁ, ବଡଲୋକ ବୋଲି ସିଏ ତାବେଳକୁ ଦେଖ ଗଳାବାଟ…

କୁଳାଙ୍ଗାର ଉବାଚ : ତେଲ ଦରବୃଦ୍ଧି ଗେଲ

ଦେଶବାସୀ ସାଧାରଣତଃ ଦୁଇଭାଗରେ ବିଭକ୍ତ; ଦଳେ ହେଲେ ବିରୋଧି ଦଳେ ଶାସକର ଅନୁରକ୍ତ! ତୈଳଦର ବୃଦ୍ଧିରେ ଶାସକ ସମର୍ଥକ ଖୁସି; ପ୍ରତିରକ୍ଷା ଓ ଚିକିତ୍ସାରେ ଲାଭାର୍ଥ ଯାଏ ମିଶି! ଏମନ୍ତ ଘଟଣାରେ ଖୁସି ବି ହୁଅନ୍ତି ବିରୋଧୀଏ; ଶାସକର ଲୋକପ୍ରିୟତା ଏଥିପାଇଁ ହ୍ରାସ ପାଇଥାଏ!…

କୁଳାଙ୍ଗାର ଉବାଚ : ବିଚିତ୍ର ଜନ୍ତୁ

ମଣିଷଠି ଜନ୍ତୁପଣ ଯେତେଯେତେ      ବୃଦ୍ଧି ପାଇ ପାଇ ଚାଲିଛି ଜନପଦରେ ଜନ୍ତୁଙ୍କ ସଂଖ୍ୟାରେ ସେତେ ଅବନତି ହେଉଛି ! ନିଜକୁ ଜନ୍ତୁଙ୍କ ଅଧିପତି ବୋଲି ପ୍ରମାଣ କରିବା ପାଇଁ ଜନ୍ତୁମାନଙ୍କୁ ସେ ମାରିଦେବା ସହ ଘରଦ୍ବାର ରଖିନାଇଁ ! ସେଥିପାଇଁ ଯଦି ବର୍ତ୍ତିଯାଇଥିବା କେଉଁ…

କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା

ବର୍ଷା ମୋର ପରା ପୁରୁଣା ପ୍ରେମିକା    ଏବେ ବି ମୁଁ ଭଲପାଏ ; ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ ବର୍ଷାଋତୁ ହିଁ ଜଳାଏ ! ଭାରି ଭଲ ଲାଗେ ମୋତେ ବର୍ଷାରେ ଭିଜି ଗାଇବାକୁ ଗୀତ ; ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ ସିଏ ମିଳାଇଛି ହାତ । ନିଶାପାଣି ଅବା ବର୍ଷାର ପାଣିରେ…