Latest Odisha News

BREAKING NEWS

ଝିଅକୁ ନେଇ କାହାଣୀ

ଝିଅକୁ ନେଇ କାହାଣୀ ନୀହାରିକା ମଲ୍ଲିକ "...ଏବଂ ଶେଷରେ ଝିଅଟି ମରିଯାଏ" - ତୁମେ କହିଲ ଦୀର୍ଘଶ୍ଵାସ ଛାଡି! -ନା, ନା.. ଆଉ ମାରନି କେତେ ବା ମରିବ ଝିଅଟି! ମାଆ ପେଟରୁ ନେଇ ପୁଣି ସତକୁ ସତ ଜୁଇରେ ଜଳିବା ଯାଏଁ କବିତାଠୁ ନେଇ ଗଳ୍ପର ଶେଷଯାଏଁ ସେ ତ ଖାଲି ମରୁଥାଏ ତିଳତିଳ ହୋଇ ।…

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ ବଳବନ୍ତ ସାହୁ ଫି' ଦିନ ତମ ଗାଁ' ଗୋଶାଳାରୁ ଆମ ଘରକୁ ଗୋରସ ଆସେ; କିଂତୁ , ତମ ମୁହଁ ନଦେଖିଲା ଦିନ ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ ଆମ୍ବୁଲ ପକେଇ ସିଝେଇଲା ଭଳି । ଫି' ହପ୍ତା ତମ ଗାଁ' ହାଟରୁ ଆମ ଘରକୁ ପରିବା ଆସେ ; କିଂତୁ , ତମ ମୁହଁ ନଦେଖିଲା…

କଲ୍‍ଗାର୍ଲ

କଲ୍‍ଗାର୍ଲ ଭରତ ବେହେରା ଓଦା ଥିଲା ଆଧାର ଥାପିବା କ୍ଷଣି ପାଦ ଥଲଥଲ ହେଉଥିଲା ଗତି ମୁଣ୍ଡାମୁଣ୍ଡି ବରାବର ବାଟବଣା ବୟସର କଲ୍‍ଗାର୍ଲର କୋମଳ ତଳିପା । ସେମାନଙ୍କ ତଳିପା ତଳର ମାଟି ହୋଇପାରିନାହିଁ ଏକାନ୍ତ ନିଜର ମଥାନ ତଳର ମୁହଁମାନେ ଦିଶନ୍ତିନି ନିବିଡ଼ ନିବିଷ୍ଟ ।…

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା…

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା ନିଖିଳେଶ ମିଶ୍ର ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା? ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା? ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ, ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ କଥା ଫେରୁଥିବ ଯେବେ ଅଧରାତି ତମେ ନିଜକୁ କବର…

ଗୋଟେ ସ୍ୱଚ୍ଛ ଜହ୍ନରାତି

ଗୋଟେ ସ୍ୱଚ୍ଛ ଜହ୍ନରାତି ବିଚିତ୍ର ବିଶ୍ୱାଳ ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଲୋଡ଼ା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ । ହେଲେ ଆଜିର ତାରିଖରେ ସ୍ୱଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ? ସହରର ଚାରିଆଡେ଼ ତ ନିଅନ ଆଲୁଅର ରୋଷଣୀ । ଛାତ ଉପରୁ…

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ…

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ ଗାୟତ୍ରୀ ଦାସ ଡୁବି ଗାଡ଼ିଆରେ ଲାଲ୍ କଇଁ ନୁଖୁରା ମନରେ ସତର ଭାଙ୍ଗ ଦେଇ ସଜାଡି ରଖିଥାଏ ପ୍ରେମ ରାତିର ନିର୍ମେଘ ଆକାଶକୁ ଚାହିଁ ଖୋଜୁଥାଏ ଗ୍ରହ, ତାରା ଅବା ନୀଳ ଜହ୍ନର ଠିକଣା ଜହ୍ନ, ଗୋଟେ ଛଦ୍ମବେଶୀ ମନ କୂଳରେ ଦେହଟାକୁ ଥୋଇ ଖପ୍ କରି ଡେଇଁ ପଡେ…

ପସନ୍ଦ

ପସନ୍ଦ ସତ୍ୟନାରାୟଣ ଗନ୍ତାୟତ ମୁଁ ଭୋଟ୍ ଦିଏ ମୋ ପସନ୍ଦରେ! ଠିକ୍ ଯେମିତି ନେତାଏ ବର୍ଷ ବର୍ଷ ଧରି ମୋ ପସନ୍ଦକୁ ଲାତ ମାରି ଚାଲନ୍ତି ସେମାନଙ୍କ ପସନ୍ଦରେ! ............................ ସୁହାସିତମ୍, କସ୍ତୁରୀ ନଗର ରାୟଗଡା : ୭୬୫୦୦୧ ମୋବାଇଲ : ୯୪୩୭୯୦୯୬୭୫…

ନଈ

ନଈ ମାନିନୀ ମିଶ୍ର -୧- ନଈମାନେ କେଉଁ ଗୋଟେ ପାହାଡର ଛାତି ଚିରି ଗଡି ଆସୁଥିବା ଗ୍ଲାସେ ପାଣି, ଚିମୁଟେ ଚିନି କିଛି ଲୁହ, କିଛି ସିଙ୍ଘାଣି ଆଉ ସ୍ତ୍ରୀ ଲୋକଟେ ନିଜକୁ ଚିରି ଚିରି ତା ଛୁଆ ପାଇଁ ପରସି ଦେଇଥିବା ଚାରିଧାର ରୁଟି। ହେଲେ, ନଈକି ଚାଲ କହିଲି ଯେ ତୁ ମତେ…