Latest Odisha News

BREAKING NEWS

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ…

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ ଗାୟତ୍ରୀ ଦାସ ଡୁବି ଗାଡ଼ିଆରେ ଲାଲ୍ କଇଁ ନୁଖୁରା ମନରେ ସତର ଭାଙ୍ଗ ଦେଇ ସଜାଡି ରଖିଥାଏ ପ୍ରେମ ରାତିର ନିର୍ମେଘ ଆକାଶକୁ ଚାହିଁ ଖୋଜୁଥାଏ ଗ୍ରହ, ତାରା ଅବା ନୀଳ ଜହ୍ନର ଠିକଣା ଜହ୍ନ, ଗୋଟେ ଛଦ୍ମବେଶୀ ମନ କୂଳରେ ଦେହଟାକୁ ଥୋଇ ଖପ୍ କରି ଡେଇଁ ପଡେ…

ପସନ୍ଦ

ପସନ୍ଦ ସତ୍ୟନାରାୟଣ ଗନ୍ତାୟତ ମୁଁ ଭୋଟ୍ ଦିଏ ମୋ ପସନ୍ଦରେ! ଠିକ୍ ଯେମିତି ନେତାଏ ବର୍ଷ ବର୍ଷ ଧରି ମୋ ପସନ୍ଦକୁ ଲାତ ମାରି ଚାଲନ୍ତି ସେମାନଙ୍କ ପସନ୍ଦରେ! ............................ ସୁହାସିତମ୍, କସ୍ତୁରୀ ନଗର ରାୟଗଡା : ୭୬୫୦୦୧ ମୋବାଇଲ : ୯୪୩୭୯୦୯୬୭୫…

ନଈ

ନଈ ମାନିନୀ ମିଶ୍ର -୧- ନଈମାନେ କେଉଁ ଗୋଟେ ପାହାଡର ଛାତି ଚିରି ଗଡି ଆସୁଥିବା ଗ୍ଲାସେ ପାଣି, ଚିମୁଟେ ଚିନି କିଛି ଲୁହ, କିଛି ସିଙ୍ଘାଣି ଆଉ ସ୍ତ୍ରୀ ଲୋକଟେ ନିଜକୁ ଚିରି ଚିରି ତା ଛୁଆ ପାଇଁ ପରସି ଦେଇଥିବା ଚାରିଧାର ରୁଟି। ହେଲେ, ନଈକି ଚାଲ କହିଲି ଯେ ତୁ ମତେ…

ଅନ୍ଧାର

ଅନ୍ଧାର ଡା. ଜଗତବଂଧୁ ମହାପାତ୍ର ଭଲଲାଗେ, ଅନ୍ଧାର ଆଲୋକର ମାୟା ଠାରୁ ଚାଲିଯିବାକୁ ଦୂରକୁ ହଜାଇଦେବାକୁ ନିଜର ସ୍ଥିତି ଅନ୍ଧାରର ପରିଧିରେ ଯେଉଁଠି ରମଣଠାରୁ ମରଣ ଯାଏ, ସବୁ ଏକାପରି ଅନ୍ଧାରରେ ଶାନ୍ତି ଅଛି, ଅଛି ତୃପ୍ତି ସତ୍ୟ, ଶିବ, ସୁନ୍ଦରର ସାନ୍ନିଧ୍ୟତା ଜୀବାତ୍ମା…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି... କମଳା ଶତପଥୀ ପନୱେଲ୍‍ରୁ ଛତ୍ରପତି ଶିବାଜୀ ଟର୍ମିନସ୍‍କୁ ଲୋକାଲ୍‍ ଟ୍ରେନ୍‍ ଧରିଲା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ବଗିଟି ଏକଦମ୍‍ ଖାଲି ଖାଲି ଥିବାର ଦେଖି ସ୍ମିତ ହସଟିଏ ଖେଳିଗଲା ପ୍ରାଜକ୍ତାଙ୍କ ଓଠରେ । ସାମାନ୍ୟ ଆଶ୍ୱସ୍ତ ବି ଅନୁଭବ କଲେ ।…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ... ପ୍ରଜ୍ଞାଶ୍ରୀ ରଥ ବହୁବର୍ଣ୍ଣା ଆଲୁଅର ଏକମାତ୍ର ସୂର୍ଯ୍ୟ ତୋ ସୀମନ୍ତରେ ମା! ବରଫର ସୀମାନ୍ତରେ ରକ୍ତର ସିନ୍ଦୂର... କୋଟିଏ ପ୍ରାଣସ୍ପନ୍ଦନ ଜଣାଇବା ପାଇଁ ଗୋଟିଗୋଟି କରି କେତେ କିଏ ଛାଡ଼ିଗଲେ ଆପଣା ସଂସାର... ରଣକୁହୁଡ଼ିରେ ମିଳେଇଯାଇଚି…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ ୧. ତୃଷ୍ଣା ବେପରୁଆ ଆଞ୍ଜୁଳେ ଶବ୍ଦକୁ ଉଚ୍ଛାଳିଲି ଆକାଶକୁ କିଛି ତ,  ଖାଲି ଖାଲି ବାଦଲ ! ମୋ ଛାତିରେ ଭରି ତୃଷ୍ଣା; କିଛି ବିନ୍ଦୁ ବିନ୍ଦୁ ସାଜି ଭିଜାଇଲେ ଆଉ କାହା ମାଟି ସେତିକି ମୋ କବିତା ! *** ୨. ଷଡ଼ଯନ୍ତ୍ର ଶ୍ରାବଣ…

ପାରିଜାତ

ପାରିଜାତ ଶୁଭଶ୍ରୀ ମହାରଣା ସରଗର ପାରିଜାତ ଚାହେଁ ନାହିଁ ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ ଚାହେଁ ନାହିଁ ହୀରା ଲୀଳା ମୋତି। ଚାହେଁ ଖାଲି ଟିକେ ନିବିଡତା ଭରିଥିବ ପ୍ରେମ ପିଆସାରେ ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା ଇତିହାସ ରଚିବ…

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…