Latest Odisha News

BREAKING NEWS

ପୁଣିଥରେ ଗୁଣୁପୁରରୁ ଲଢିବେ ରଘୁନାଥ ଗମାଙ୍ଗ

ଗୁଣୁପୁର: ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି। ପ୍ରତି ୫ ବର୍ଷରେ ପୁଣି ଗୁଣୁପୁର ବିଧାୟକଙ୍କୁ ଟିକେଟ ନଦେବାର ଚର୍ଚ୍ଚା ଚାଲିଥିବା ବେଳେ ଚଳିତଥର ପ୍ରଥମଥର ପାଇଁ ପୁନଃ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗୁଣୁପୁର ନିର୍ବାଚନରେ…

ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଏ ଭଳି ପଦକ୍ଷେପ ଗ୍ରହଣ କଲେ କିଶୋରୀ

ମୁମ୍ବାଇ: ମୁମ୍ବାଇରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଅନେକଙ୍କୁ ବ୍ୟଥିତ କରିଛି । ଏଠାରେ ମାଲବାଣୀ ଅଂଚଳରେ ଜଣେ କିଶୋରୀ ନିଜର ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଆତ୍ମହତ୍ୟା କରି ଦେଇଛନ୍ତି । ୧୪ ବର୍ଷୀୟା ଏହି ଯୁବତୀର ଏ ଭଳି ପଦକ୍ଷେପ ସମସ୍ତଙ୍କୁ…

ଆଇପିଏଲରେ ରେକର୍ଡ ଦଳଗତ ସ୍କୋର କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ଟିମ ସ୍କୋର କରିବାରେ ରେକର୍ଡ କରିଛି । ପୂର୍ବରୁ ପୁଣେ ୱାରିୟର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ ୱିକେଟ ବିନିମୟରେ ୨୬୩ ରନ କରି ଶୀର୍ଷରେ ରହିଥିଲା । ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାଇଦ୍ରାବାଦ ୩…

ପାଖରେ ପଇସା ନଥିବାରୁ ଲୋକସଭା ନିର୍ବାଚନ ଲଢିବେନି କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ…

ବିଜେପିର ଫୋକସ ଲୋକସଭା ଆସନ ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା

ଭୁବନେଶ୍ୱର: ବିଜେପିର ଫୋକସ ଲୋକସଭା ଆସନ ରହିଥିବା ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା ପ୍ରାର୍ଥୀ ହୋଇଛନ୍ତି। ଦୁଇଟି ପର୍ଯାୟରେ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ୧୫ ଲୋକସଭା ଆସନରୁ ୧୧ଟି ଆସନରେ…

ଧୋନୀ, କୋହଲିଙ୍କ ସହ ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୋହିତ

ହାଇଦ୍ରାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଅବସରରେ ରୋହିତ ଶର୍ମା ଆଉ ଏକ କୀର୍ତିମାନ ହାସଲ କରିଛନ୍ତି । କୌଣସି ଏକ ଫ୍ରାଂଚାଇଜ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିବା ଗୌରବ ହାସଲ କରିଛନ୍ତି । ସେ ଏଥିସହ…

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ କରିବା ନେଇ ଆଗ୍ରହ ପ୍ରକାଶ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆୟୋଜନ କରିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି । ବିସିସିଆଇ ଓ ପିସିବି ଏଥିରେ ରାଜି ହେଲେ ଆମର କୌଣସି ଅସୁବିଧା ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି । ୨୦୨୨ ଟି୨୦ ବିଶ୍ୱକପ ପରେ ମଧ୍ୟ ସିଏ ଏହି…

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡିର ଶ୍ରୀମୟୀଙ୍କ ସ୍ଥାନରେ ମନ୍ମଥ, କାରଣ କ’ଣ?

ଭୁବନେଶ୍ୱର: ରାଜନୀତିରେ ନବାଗତ ତଥା କଂଗ୍ରେସ ନେତା ସୁରା ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି । ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବାର କିଛି ସମୟ ପରେ ବୁଧବାର ଅପ୍ରତ୍ୟାଶିତ ଭାବେ ଏହି ଘୋଷଣା ହେବା ପରେ ବ୍ୟାପକ କଳ୍ପନାଜଳ୍ପନା…

ଆଗାମୀ ୨ ଦିନରେ କାଳବୈଶାଖୀ ପ୍ରଭାବ: ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିଛି। ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ନେଇ ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ।…

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟ

ଭୁବନେଶ୍ୱର: ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ରାଜ୍ୟସଭା…