Latest Odisha News

BREAKING NEWS

ଇଏ ବି ଜଣେ ଗୁରୁ! ସମସ୍ତ ଦୁଃଖକୁ ଛାତିରେ ଚାପି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଶିକ୍ଷୟତ୍ରୀ ରଶ୍ମିତା

ନବରଙ୍ଗପୁର: ମା’ ବାପାଙ୍କ ପରେ ଗୁରୁ ହିଁ ସାଜନ୍ତି ଆମର ମାର୍ଗଦର୍ଶକ । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ । କିନ୍ତୁ ସମାଜରେ ଏମିତି କିଛି ଗୁରୁ ଅଛନ୍ତି…

ଉଦୟନିଧିଙ୍କୁ ନେଇ ଧର୍ମ ସଙ୍କଟରେ ‘ଇଣ୍ଡିଆ’: ‘କହିଲେ ମଲ..ନ କହିଲେ ମଲ’ ସ୍ଥିତିରେ କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ଗଠନ ପୂର୍ବରୁ ହିଁ ବିଜେପି ଟାର୍ଗେଟରେ ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧୀ ମେଣ୍ଟ ଉପରେ ଜୋରଦାର ଆକ୍ରମଣ ସମସ୍ତେ ଦେଖିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟକୁ ପାଠ ପଢାଉଥିଲେ । ଆଉ ଏହର ଜବାବ ବି ମେଣ୍ଟ ଇଣ୍ଡିଆ ଦେଉଥିଲା ।  ହେଲେ ଏବେ…

୩୫୩ ଜାତୀୟ ରାଜପଥର ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ନୂଆପଡା: ଖଡିଆଳରୁ ନୂଆପଡାକୁ ସଂଯୋଗ କରୁଥିବା ୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ସେହିପରି ଅନ୍ୟ ଜଣେ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ଗୋବିନ୍ଦ ନାଗ ଓ…

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର…

ଧୀରେ ଧୀରେ ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ L1, ୨ୟ କକ୍ଷପଥ ସଫଳତାର ସହ କଲା ପାର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ L1 ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ…

ଗୁରୁ ଦିବସରେ ପୁରସ୍କୃତ ହେବେ ୭୫ ଶିକ୍ଷକ: ଦେଶର ଭାଗ୍ୟ ନିର୍ଦ୍ଧାରକ କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶର ଯୁବ ମସ୍ତିଷ୍କର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଜଣେ ଭଲ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତି କହି ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗୁରୁ ଦିବସ ଅବ୍ୟବହିତ ପୂର୍ବରୁ ୭ ଲୋକ…

କବିତା : ମୋ ଗୁରୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଚିର ବନ୍ଦନୀୟ ଚିର ପୂଜନୀୟ ଚିର ନମସ୍ୟ ଯେ ଗୁରୁ, ଚିର ଭାସ୍ବର ସେ ଚିର ଅମଳିନ ଚିରକାଳ ପାଇଁ ସ୍ମରୁ । ବିରଳ ବ୍ୟକ୍ତିତ୍ବ ସବୁ ଗୁରୁ ମୋର ଗାଉଅଛି ଯଶ ଗାଥା, ଗୁଣଗାରିମାର ଅମୂଲ୍ୟ ପସରା ସ୍ନେହବୋଳା ତାଙ୍କ କଥା । ଶିକ୍ଷାର ଅମ୍ଳାନ ଜ୍ୟୋତି ସାଜି…

ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ପୂର୍ବରୁ କୋଭିଡ ଆକ୍ରାନ୍ତ ହେଲେ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟଲେଡି ଜିଲ ବାଇଡେନ ଦୁଇଦିନ ପରେ ଆସିଥାନ୍ତେ ଭାରତ ।ସାମିଲ ହୋଇଥାନ୍ତେ ଜି-୨୦ ସମ୍ମିଳନୀରେ । ଏହା ପୂର୍ବରୁ ଉଭୟଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ଜଣାପଡିଛି ଜିଲ ବାଇଡେନ କରୋନା ସଂକ୍ରମିତ ହୋଇଛନ୍ତି ।…

ଆଜି ପବିତ୍ର ଗୁରୁଦିବସ: କାହିଁକି ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପାଳନ ହୁଏ ଗୁରୁଦିବସ ?

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ।…

ସୋନପୁରରେ ତାମିଲନାଡୁ ମନ୍ତ୍ରୀ ଉଦୟନାଥ ଷ୍ଟାଲିନଙ୍କ ବିରୋଧରେ ଏତଲା

ସୋନପୁର: ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ତଥା ତାମିଲନାଡୁର ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି, ବିଜେପିର ପୂର୍ବତନ ନେତା…