Latest Odisha News

BREAKING NEWS

‘ସତ୍ୟମେବ ଜୟତେ’ ନେଇ ଜାତୀୟ ରାଜନୀତି ସରଗରମ ! କର୍ଣ୍ଣାଟକର କୋଲାରରୁ ଋଣହୁଙ୍କାର ଦେବେ ରାହୁଲ

ନୂଆଦିଲ୍ଲୀ : ଯେଉଁଠି ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ, ସେହିଠାରୁ ଆନ୍ଦୋଳନ ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ବଜାଇବେ 'ସତ୍ୟମେବ ଜୟତେ' ମୁହିମର ବିଗୁଲ୍ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ସୂଚନା ଅନୁସାରେ ରାହୁଲ ଏପ୍ରିଲ ୫ ତାରିଖ କର୍ଣ୍ଣାଟକ…

ଆଗାମୀ ୩ ଘଣ୍ଟାରେ ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ଘଡଘଡି, ବିଜୁଳି ସହର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସତର୍କ ସୂଚନା ଦେଇଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ମଧ୍ୟ…

ରାମନବମୀ ପୂଜା ବେଳେ ଧସିଗଲା କୂଅର ଛାତ, ଗଳିପଡିଲେ ୫୦ ଶ୍ରଦ୍ଧାଳୁ

ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରଠାରେ । ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସିଗଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ କରୁଛନ୍ତି ।…

ନିରାଶ ସାହାରା ନିବେଶକଙ୍କୁ ଆଶ୍ୱସ୍ତି ! ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବାକୁ SEBIକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ବର୍ଷ ବର୍ଷ ଧରି ଫସିରହିଥିବା ଜମା ଅର୍ଥ ଫେରିପାଇବେ ନିବେଶକାରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେବା ପରେ ଏନେଇ ପଥ ପରିସ୍କାର ହୋଇଛି। ବୁଧବାର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କୁ ଅର୍ଥ…

‘ଝାରସୁଗୁଡାରେ ୨ ମାସରେ ଦୁଇଟି ହତ୍ୟା; ପୋଲିସର ନିଷ୍କ୍ରିୟତା ଅପରାଧୀଙ୍କୁ ସୁରକ୍ଷା ଦେଉଛି’

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି  ଆଇନଶୃଙ୍ଖଳା ସ୍ଥିତି । ଜାନୁଆରୀ ୨୯ ରେ ନବ ଦାସଙ୍କ ହତ୍ୟା । ଏହାର ଠିକ ୨ ମାସ ପରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅପହରଣ ପରେ ଜଘନ୍ୟ ହତ୍ୟା । ଏହା ଝାରସୁୁଗୁଡା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।…

ଗତ ୬ ମାସରେ ଆଜି ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ; ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଗତ ୬ ମାସ ଭିତରେ ଆଜି ଦେଶରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୪ ଜଣଙ୍କ ଜୀବନ ନେଇଛି କରୋନା। ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ କିଛିଦିନ…

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା…

ଆଜି ରଥକାଠ ଚିରଟ କାର୍ଯ୍ୟ ଅନୁକୁଳ ହେବ; ଶ୍ରୀମନ୍ଦିରରୁ ଗଲା ଅଜ୍ଞାମାଳ

ପୁରୀ: ଆଜି ପବିତ୍ର ରାମ ନବମୀ ହୋଇଥିବାରୁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ ହେବ। ଜୁନ୍ ୨୦ ତାରିଖରେ ରଥଯାତ୍ରା ଥିବା ବେଳେ କଟକ ଖପୁରିଆ କରତକଳରେ ରଥ କାଠ ଚିରଟ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଅଜ୍ଞାମାଳ ଯାଇଛି। ଶ୍ରୀମନ୍ଦିର ପ୍ରଶାସନର ୫…

ଆକ୍ସନ୍ ମୋଡରେ ରାଜ୍ୟ ପରିବହନ ବିଭାଗ, ଏଣିକି ଜୋରିମାନା ସହ ଥାନାରେ ହେବ FIR

ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ ! ରାଜ୍ୟରେ ଟ୍ରାଫିକ ନିୟମର ଉଲଘଂନ ରୋକିବା ନେଇ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି ସଫାସଫା କହିଛି ରାଜ୍ୟ ପରିବହନ ବିଭାଗ । ଏହି କ୍ରମରେ ବଡଧରଣର ଅଭିଯାନ ଚଲାଇବ ପରିବହନ ବିଭାଗ । ଦିନ ତମାମ ରାଜ୍ୟବ୍ୟାପି ଚାଲିବ…

ଦୁଇ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳ: ମହୁଲ ଗୋଟାଇବାକୁ  ଯାଇଥିବା ବେଳେ ଗୋଡ଼ାଇ ଧରିଲା ହାତୀ। ଶୁଣ୍ଢରେ କଚାଡ଼ି କଚାଡ଼ି ଦୁଇ ମହିଳାଙ୍କୁ ମାରିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ। ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ…