Latest Odisha News

BREAKING NEWS

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା…

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍…

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ…

ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିଭାଲରେ ଭର୍ତ୍ତି

ରାୟଗଡ଼ା: ଗଛ ପଡ଼ି ଘର ଭାଙ୍ଗିବାରୁ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁରେ ୪ଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ…

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪…

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍କୁ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨ ମିଳିଛି। ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ଏହି…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ ଓ ଅନଭିଜ୍ଞ…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ବିବାଦୀୟ ହଟ ସ୍ପ୍ରିଙ୍ଗସ ଅଂଚଳରୁ ପଛକୁ ହଟିଲେ ଭାରତ,ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦରେ ଆଜି ପ୍ରଥମ ଥର ପାଇଁ ସକାରାତ୍ମକ ଖବର ଆସିଛି । ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଂଚଳରୁ ଗୁରୁବାର ଭାରତ ଏବଂ ଚୀନ ସେନା ପଛକୁ ହଟିଛନ୍ତି । ଉଭୟ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଂଟ ନେଇ ସହମତି ପ୍ରକାଶ ପାଇଥିଲା । ୨୦୨୦ ପୂର୍ବରୁ ଯେଉଁ…

କୁଇନ ଏଲିଜାବେଥ ଗୁରୁତର, ରାଜପରିବାରର ସମସ୍ତ ବ୍ୟକ୍ତି ପଂହଚିଲେ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ୯୬ ବର୍ଷୀୟ ମହାରାଣୀ ଏବେ ଗୁରୁତର ଓ ଏଥିପାଇଁ ରାଜପରିବାରର ସମସ୍ତ ସଦସ୍ୟ ସ୍କଟଲାଣ୍ଡରେ ପଂହଚିଛନ୍ତି । ବକିଂଘାମ ପ୍ୟାଲେସ ପକ୍ଷରୁ ଏ ନେଇ ସୂଚନା…