Latest Odisha News

BREAKING NEWS

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି ।…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…

କଣାସରେ ବିଳମ୍ବିତ ରାତିରେ ବୋମା ମାଡ଼

କଣାସ: ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ରଘୁ ମାନସିଂହଙ୍କ ଘରେ ବିଳମ୍ବତି ରାତିରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ୭-୮ ଜଣ ଦୁର୍ବୁତ୍ତ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି…

ଦୁଇ ମାଲବାହୀ ଟ୍ରକ ଧକ୍କା; ଦୁଇ ମୃତ ଓ ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ଜାତୀୟ ରାଜପଥ ନଂ- ୩୫୩ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଟ୍ରକ ନଂ- ଓଡି ୧୮ ଏଫ ୩୫୧୪ ଏବଂ ସିଜି…

ଆଇଆଇଏମ ନାମଲେଖା ପାଇଁ କ୍ୟାଟ୍ ପରୀକ୍ଷା ତାରିଖ ପ୍ରକାଶିତ; ୩ ଅଗଷ୍ଟରୁ ରେଜିଷ୍ଟ୍ରେସନ

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ) ପ୍ରବେଶିକା ପରୀକ୍ଷା ତାରିଖ । ବିଧିବଦ୍ଧ ଭାବେ ଆଇଆଇଏମ ବିଜ୍ଞପ୍ତି ଜାରି କରାଯାଇଛି । ୧ ଅଗଷ୍ଟ ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଗୁରୁତ୍ୱପୂର୍ଣ୍ଣ…

ଶିମିଳିପାଳରେ ବିରଳ କଳା ବାଘ ଦୃଶ୍ୟମାନ

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏକ ବିରଳ କଲା ବାଘ ଦେଖିବାକୁ ମିଳିଛି । ଅର୍ନ୍ତଜାତୀୟ ବାଘ ଦିବସରେ ଆଇଏଫଏସ ସୁଶାନ୍ତ ନନ୍ଦ ଏହି ବାଘର ଏକ ଭିଡିଓ ସେୟାର କରିଛନ୍ତି । ବାଘର ପିଠି ପଟ କଳା ହୋଇଥିବା ବେଳେ ସୁନେଲୀ ରଙ୍ଗର ଷ୍ଟ୍ରାପ୍ ଥିବା ଦେଖାଯାଉଛି । Tigers are symbol…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…

ବିଜୟଲକ୍ଷ୍ମୀ ହୋତାଙ୍କ ଯୋଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରୂପା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ, ଯୋଗ ବିଶାରଦ ବିଜୟଲକ୍ଷ୍ମୀ ହୋତାଙ୍କ ‘ଯୋଗ ଫର୍ ସୁପର ଇମ୍ୟୁନିଟି ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପୁସ୍ତକଟିର ଲୋକପ୍ରିୟତା…

ପରଲୋକରେ ଗାୟିକା ନିର୍ମଳା ମିଶ୍ର

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଲାଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତଃ ମିଶ୍ର ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ…

ଶିଶୁ କବିତା : ଟିକି ଆଶା

ବନ୍ଦିତା ଦାଶ ଆକାଶରେ କଳାମେଘ ଗଛରେ ପତର ବଗ କହେ , ବଗୁଲୀ ଲୋ ଯିବା ଏବେ ଘର ।। ଖୋଜାଖୋଜି ନଈ,ନାଳ ମାଛ, ଗେଣ୍ଡା ପାଇଁ ନୟାନ୍ତ ହେଲା ଜୀବନ ସବୁ ଦେଲେ ଖାଇ ।। ଆମେ ଅଧା ପେଟହେଲେ ଚଳିବ ଆମର ପିଲାଏ ଖାଇବେ କିସ କହ ଲୋ ଏଥର ।। ବାଣ୍ଟି କୁଣ୍ଟି ଖାଉଥାଅ କାଟି କୁଟି…