Latest Odisha News

BREAKING NEWS

Browsing Category

ଆଲେଖ

ଶ୍ରୀମନ୍ଦିର ସେବାରେ ଦେଉଳ ପୁରୋହିତ

ଦେବୀ ପ୍ରସନ୍ନ ନନ୍ଦ ଦେଉଳ ପୁରୋହିତ - କର୍ମାଙ୍ଗୀ ଅନୁଯାୟୀ - ସକଳ ଆଢଡିଆ ପଣେ ପରମ ପ୍ରୋହିତ ନିଯୋଗ । ସେ ପୁଷ୍ୟାଭିଷେକ, ଘୃତାଭିଷେକ, ଜଳବିଜେ, ପୁରୁଷସୂକ୍ତଗାନ, ପ୍ରତ୍ୟହ ରୋଷହୋମ, ବିଜେ , ମଙ୍ଗଳାରୋପଣ ସମୟରେ ମହାପ୍ରଭୁଙ୍କ ବାଡ଼ରେ ପୁରୁଷସୂକ୍ତ, ଗୁୁରୁବାର ମାଜଣାରେ ଶ୍ରୀସୂକ୍ତ,…

ଉତ୍କଳମଣି ଗୋପବନ୍ଧୁ ଦାସ ୧୮୯୮-୯୯ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ  ବେଳେବେଳେ ଗୋପ ନିଜକୁ ପ୍ରଶ୍ନ କରେ । ଉଲ୍ଲସିତ , ବିସ୍ମିତ କରି ଦେଉଥିବା ସୁଖ ପୁଣି ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଉଥିବା ଆଘାତ କଣ ଏକ ସଙ୍ଗରେ ଆସନ୍ତି ? ୧୮୯୮ ଅନ୍ୟସବୁ ବର୍ଷ ପରି ବର୍ଷଟିଏ ମାତ୍ର , ହେଲେ ଗୋପ ଲାଗି ତିନିଶହ ପଞ୍ଚଷଠୀ ଦିନ କେତେ ନାଇଁ କେତେ ହରଷ…

ତାରାଚାନ୍ଦ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ପୁଅ ବେଦି ଉପରେ ବସିଛି । ହାତଗଣ୍ଠି ପଡ଼ିସାରିଲାଣି । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଚାଲିଛି । ଏବେ ବେଦି ଉପରେ ବନ୍ଦାଣ ପଡ଼ିବ । ପରିବାରର ବରିଷ୍ଠ ମହିଳାମାନେ ହୁଳହୁଳି ପକାଇ ପୁଅ ବୋହୂକୁ ବନ୍ଦାପନା କରୁଛନ୍ତି । ମହୁରିଆ ମହୁରୀ…

ପୁନଶ୍ଚ ରସଗୋଲା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ? - ହା’ ଅନ୍ନ, କାହ୍ନୁଚରଣ -ଯେତେବେଳେ ଦୁର୍ଭିକ୍ଷ ପଡ଼ିଛି, ଏ ଜାତି ଭୋକ ଉପାସରେ ଖାଇବା ପାଇଁ ମଶାଣିରୁ ଶବର ମାଉଁସ ଖାଇଛି, ଜମିଦାର ପୁଅର ବାନ୍ତିରୁ ଭାତ ଖୁଣ୍ଟି ଖାଇଛି-…

ଶ୍ରୀମନ୍ଦିରରେ ରୂପକାର ସେବା

ଦେବୀ ପ୍ରସନ୍ନ ନନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ନିର୍ମାଣରେ ନିୟୋଜିତ ‘ସପ୍ତରଥି‘ଭାବରେ ପରିଚିତ ଶିଳ୍ପସେବକମାନଙ୍କ ମଧ୍ୟରେ ରୂପକାର ଅନ୍ୟତମ । ଶ୍ରୀମନ୍ଦିର ସତ୍ୱଲିପିର ୮୩ ପରିଚ୍ଛଦରେ ରୂପକାର ସେବା ବିଷୟରେ ବର୍ଣ୍ଣନା କରାଯାଇଛି ।ଏହି…

ଶ୍ରମଜୀବୀଙ୍କ ଦୁଃଖ ବୁଝୁଛି କିଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…   ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି । ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢ଼େଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ । ଆଜି ମଧ୍ୟ…

ଚିତ୍ରକଳାରେ ଅଣସର ପଟି

ଦେବୀ ପ୍ରସନ୍ନ ନନ୍ଦ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଚଉଦ ଦିନ ଠାକୁର ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ ନିର୍ମିିତ ଅଣସର ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସ୍ଥାପନା…

ଅନ୍ଧକାରରେ ଶିକ୍ଷା ଓ ଦୀକ୍ଷା

ଆଜିକାଲି ଫୋନ ଟିକୁ ଆଡ଼େଇଦେଲେ ଅଦ୍ଭୁତ ଅଦ୍ଭୁତ ଭିଡ଼ିଓ ଗୁଡ଼ିଏ ଆସୁଛି l ଆପଣ ଯଦି କିଛି ସମୟ ଦେଖିବେ ତାହେଲେ ଜାଣି ପାରିବେ ଏବେ ଆମ ସମାଜର ଗତି କୁଆଡ଼େ ! ଛୋଟ ଛୋଟ ପିଲା କିନ୍ତୁ ସେମାନଙ୍କର ହାବଭାବ ଦେଖିଲେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯିବେ । ଆଚରଣ, ଉଚ୍ଚାରଣ ଏମିତି ଯେ…

ଶ୍ରୀମନ୍ଦିରରେ ପତିମହାପାତ୍ର ସେବା

ଦେବୀ ପ୍ରସନ୍ନ ନନ୍ଦ ନୀଳକନ୍ଦରରେ ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣିତ ନୀଳମାଧବ ରହସ୍ୟ ଅନୁସାରେ ସେହି ଦିବ୍ୟରୂପକୁ ଉଦ୍ଧାର କରି ଆଣିଥିବା ବ୍ରାହ୍ମଣ ସେବକ ବିଦ୍ୟାପତିଙ୍କ ବଂଶଧର ଭାବେ ଶ୍ରୀମନ୍ଦିରରେ ପତିମହାପାତ୍ର ସେବା କାର୍ଯ୍ୟ କରିଥାନ୍ତି । ଦଇତା ସମ୍ପ୍ରଦାୟରେ ଭାଇ ହେଲେ…

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…