Latest Odisha News

BREAKING NEWS

Browsing Category

ଆଲେଖ

ମାଟିର ମଣିଷ ଓ ସତ୍ୟଜିତ ରାୟ

ଚିଠିର ସ୍ପଷ୍ଟରେଖକୁ ଆଗ ପଢନ୍ତୁ , ଏହା ମୂଳ ଚିଠିର ଅବିକଳ । ତେବେ କାଗଜ ଚିରି ଥିବାରୁ ଦୁଇଟି ସ୍ଥାନରେ XXX ଚିହ୍ନ ଦେଇଛି । ଏହାକୁ ମୁଁ ଅନୁମାନ କରି ଲେଖି ପାରିଥାନ୍ତି କିନ୍ତୁ ଜାଣିଶୁଣି କଲି ନାହିଁ, ଆପଣମାନେ ଅନୁମାନ କରିପାରିବେ ଓ ଜାଣିପାରିବେ । SATYAJIT RAY 3 LAKE…

ଜଣେ ଭାଗ୍ୟବାନ ପାଠକର କ୍ଷୁଦ୍ର ଅନୁଭୂତି

(ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ...) ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେଉଥାଏ ‘ସମୁଦ୍ର କୂଳର ଏକ ଗ୍ରାମ’ । ଗୋଟେ ବଡ ପାଲଟଣା…

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା…

ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମୁଁ । ବୋଧହୁଏ ଆଦ୍ୟ କୈଶୋରରେ ପାଦ ଦେଉ ଦେଉ ଯେଉଁ ସବୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟେ, ସେ ସବୁ ମୋ କ୍ଷେତ୍ରରେ ଟିକିଏ ବେଶୀ ଅନୁଭବ ହେଉଥିଲା । ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଥିବ,…

ନେଗେଟିଭ୍‌, ପଜିଟିଭ୍‌ର ପ୍ରସଙ୍ଗ

ବହୁ ଆଗରୁ ଶୁଣି ଆସୁଥିଲେ ନେଗେଟିଭ୍‌ ଚିନ୍ତା ଜୀବନଚର୍ଯ୍ୟାରେ ବହୁତ ବିପଦ ଆଉ ଅସୁବିଧା ଡାକି ଆଣୁଥିଲା ଆଉ ଏହା ମଧ୍ୟ ସତ ଥିଲା । କଥା କଥାରେ ଆମ ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଜୀବନ ଅତିବାହିତ କଲେ ପଥସୁଗମ ଆଉ ସୁନ୍ଦର ହେବ ବୋଲି ବିଶ୍ୱାସକୁ ଦୃଢ଼ୀଭୂତ କରିଛେ । କିନ୍ତୁ  ଆଜିକା…

ମାଳତୀ ଦେଈ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାଳତୀ ଦେଈ .. ଏଇ ନାଁଟା ହିଁ ଯଥେଷ୍ଟ । କେବଳ ରାମପୁର ଗାଁ ନୁହେଁ, ଆଖ ପାଖ ଖଣ୍ଡମଣ୍ଡଳର ଲୋକେ ଜାଣନ୍ତି ତାକୁ । କି ଖରା .. କି ବର୍ଷା .. କିଛି ନମାନି, ଚାରି ଛଅ କୋଶ ଦୂରରୁ ଲୋକେ ଆସନ୍ତି ମାଳତୀ ଦେଈ ପାଖକୁ । କାହା ଛୁଆର ଦେହ…

ରାତାରାତି ଲମ୍ବା ଦାଢ଼ି

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଆମ୍ବପାଟଣା ଗାଁ ବିଷୟରେ ଯିଏ ଯେତେବେଳେ ବି ଭାବେ ବଡ଼ ଆଶ୍ଚର୍ଯ୍ୟ ହୁଏ । ଆଗରୁ ପାହାଡ଼ କଡ଼େ ଗୋଟିଏ ଛୋଟିଆ ବସ୍ତି ଭଳି ଥିଲା, ଆଉ ଏବେ ପାହାଡ଼ଠୁ ଦୂରକୁ ଆସି ନଦୀ କୂଳରେ ଟିକିଏ ଫର୍ଚା ଜାଗାରେ ଗାଁଟା ତିଆରି ହେଇଛି । ହେଲେ ଏ…

ସବୁଲେଖା – ଲେଖା ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତଶଦ୍ଦ ଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର…

ପ୍ରବାସୀଙ୍କ ପ୍ରୟାସ

ବାରିପଦାରୁ ଉଦୁଳା ଯିବା ରାସ୍ତାରେ ଡୁକୁରା ଛକ ନିକଟରେ ରାସ୍ତାର ବାମ ପାଖରେ ଆପଣ ପାଇବେ ଗୋଟିଏ କଫି ଓ ସ୍ନାକ୍ସ ଦେକାନ । ବିସ୍କୁଟ, ମିକ୍ସଚର, ଚିପ୍‌ସ୍‌, କୁର୍‌କୁରେ, ଚକୋଲେଟ୍ ଆଦି ପ୍ୟାକେଟ୍ ଏବଂ ଡବା ଭର୍ତ୍ତି ଦୋକାନଟି ବେଶ୍ ଆକର୍ଷଣୀୟ ଦେକାନର ସାମ୍ନାଟି ମଧ୍ୟ ବେଶ୍ ପରିଷ୍କାର…

ଅନ୍ଧଶ୍ରଦ୍ଧା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗୋବିନ୍ଦପୁର ଗାଁ ମଝିରେ ଥିବା ସଭା ମଣ୍ଡପ ଉପରେ ଚାଲିଛି ବୈଠକ । ଗାଁର ବୟୋବୃଦ୍ଧ ଚାରି ପାଞ୍ଚ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଭେଣ୍ଡିଆ ପିଲେ । ମଝିରେ ଯୁବ ଅଫିସର କମଲ କୁମାର । ନୂଆ କରି ଆସିଛନ୍ତି ସେ ଏ ଅଞ୍ଚଳକୁ…