Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୬୯ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୦ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ବଢୁଛି ସଂକ୍ରମଣ: ନବରଙ୍ଗପୁର ୨ ଦିନ ପାଇଁ ବନ୍ଦ ଘୋଷଣା

ନବରଙ୍ଗପୁର: ଅନ୍ୟ ଜିଲ୍ଲା ଗୁଡିକ ପରି ନବରଙ୍ଗପୁରରେ ମଧ୍ୟ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ରୋକ ଲଗାଇବା ପାଇଁ ଆଗାମୀ ୨ ଦିନ ପାଇଁ ନବରଙ୍ଗପୁରରେ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି କଟକଣା ଆସନ୍ତା ୨୫ ଓ ୨୬ ତାରିଖରେ…

ଏହି ଔଷଧ ବ୍ୟବହାର କରି ୪ ଦେଶ ହେଲେ କରୋନା ମୁକ୍ତ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସାରା ବିଶ୍ୱ । ପ୍ରତିଦିନ ଯାଉଛି ହଜାର ହଜାର ଜୀବନ । ଆକ୍ରାନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଅନେକ ଲୋକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ମଧ୍ୟ ହେଉଛନ୍ତି । ତେବେ ଏହାର ଔଷଧ ବାହାରି ସାରିଥିବା ଦାବି ହେଉଥିବା ବେଳେ ବର୍ତ୍ତମାନ ଏହା ମାସପ୍ରଡ଼କ୍ସନ…

ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୫୪ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୧୭୭୩

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ…

କରୋନା ଭିତରେ କେମିତି ହେବ ନିର୍ବାଚନ, ଆସିଲା ଗାଇଡଲାଇନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କିଭଳି ହେବ ନିର୍ବାଚନ । ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ଆଜି ନିର୍ବାଚନ କମିଶନ ପକ୍ଷରୁ ଭୋଟିଂ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ, ଭୋଟରମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ । ସେହିପରି ଆଶାୟୀ…

ରାଜଧାନୀର ବିସ୍କୁଟ କାରଖାନାରୁ ୨୮, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ବାହାରିଲେ ୩୨ ପଜିଟିଭ

ଭୁବନେଶ୍ୱର: ରାଜଧାଦୀରେ ଦିନକୁ ଦିନ କରୋନା ସଂକ୍ରମଣ ଶୀର୍ଷକୁ ଉଠୁଛି । ଆଜି ପୁଣି ଭୁବନେଶ୍ୱରରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ…

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ…

ଅଗଷ୍ଟ ମାସରେ ଚାଷୀଙ୍କୁ ମିଳିବ ଅଧିକ ୟୁରିଆ ସାର: ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସରେ ଖରିଫ ଚାଷ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବାରୁ ଅଧିକ ୟୁରିଆ ସାର ଯୋଗାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେଉଛନ୍ତି । ଚଳିତବର୍ଷ ମାର୍କଫେଡ୍ ପକ୍ଷରୁ ଏଯାଏ ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ ଏବଂ ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମାଟ୍ରିକ ଟନ୍…

ନୂଆଁଖାଇ ପାଇଁ ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହା ପୂର୍ବରୁ ଆଜି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ…

କରୋନା ନେଲା କରୋନା ଯୋଦ୍ଧାଙ୍କ ଜୀବନ, ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ

ରାଉରକେଲା: କରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ମହାମାରୀ କରୋନାରେ ସଂକ୍ରମିତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅରୁଣ କୁମାର ଦାସ । ଅବସର ପରେ ପୁଣି ଥରେ ଆରଜିଏଚ ବର୍ହିବିଭାଗରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ…