Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ କୁତାମଚଣ୍ଡୀ; ଦେବୀଙ୍କ ପ୍ରଭାବରେ ମନ୍ଦିର ଛାଇ ମାଡ଼ିପାରନ୍ତିନି କୁକୁର !

ପୁରୀ: ମୁକ୍ତିମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତା) ଉପରେ ବିରାଜିତା ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ କୁତାମ ଚଣ୍ଡୀ ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାଖ କାନ୍ଥରେ (ଜଗମୋହନ ଆଡକୁ ମୁହଁ କରି) ଏକ କୁକୁର…

ଶ୍ରୀମନ୍ଦିରରେ ‘ପହିଲିଭୋଗ’; କେଉଁ କେଉଁ ଭୋଗ ଲାଗି ହେଉଛି ଜାଣନ୍ତୁ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଷାଠିଏ ପଉଟି ଭୋଗ ଲାଗି କରାଯାଏ । ତେବେ ଆଜି ଯେଉଁ ପହିଲିଭୋଗ ଲାଗି ହେଉଛି ତାହାର ବିଶେଷତ୍ୱ ରହିଛି । ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ…

ଶ୍ରୀମନ୍ଦିରସ୍ଥ ଶ୍ରୀପାତାଳେଶ୍ୱର: ମହାଦେବଙ୍କୁ ଦର୍ଶନ କରି କେଉଁ ୬ ଦେବତାଙ୍କୁ ପୂଜା କରିବେ ଜାଣନ୍ତୁ…

ପୁରୀ: ଶ୍ରୀପାତେଳଶ୍ୱର ମହାଦେବ ମନ୍ଦିରଟି କୁର୍ମ ବେଢ଼ାର ଉତର ପାଶ୍ୱର୍ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ରହିଛନ୍ତି । ଯାହା କି ବେଢ଼ା ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି । ରାଜା ଅନଙ୍ଗ ଭୀମ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହା କେବଳ ଗର୍ଭଗୃହ ବା ବିମାନ ସମ୍ବଳିତ…

ଶ୍ରୀକ୍ଷେତ୍ରର ରକ୍ଷକ ଶ୍ରୀକ୍ଷେତ୍ରପାଳ ମହାଦେବ…

ପୁରୀ: ମୁକ୍ତିମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର କ୍ଷେତ୍ରପାଳ ମହାଦେବଙ୍କ ଆସ୍ଥାନ । ସେ ଅନନ୍ତ ବାସୁଦେବଙ୍କ ନିକଟରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କ ନମସ୍ୟ । ଜଗନ୍ନାଥ ମନ୍ଦିରକୁ ପ୍ରାୟ ସମସ୍ତ ଦେବ,…

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।…

ଶ୍ରୀମନ୍ଦିର ସିଂହଦ୍ୱାରରେ କେଉଁ ବିଶେଷ କାରଣରୁ ଅଛନ୍ତି ପତିତପାବନ; ଜାଣନ୍ତୁ…

ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।…

ପହିଲିଭୋଗ: ମା’ଯଶୋଦାଙ୍କ ହାତ ରନ୍ଧା ଖାଇବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ । ଧନୁସଂକ୍ରାନ୍ତି ଦିନଠାରୁ ମା’ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ୍ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ…

ପୁରୀର ପ୍ରସିଦ୍ଧ ବେଢ଼ାକାଳୀ: ଉଗ୍ରରୂପରେ ଠାକୁରାଣୀ ରକ୍ଷା କରନ୍ତି ଶ୍ରୀମନ୍ଦିର ବେଢା…

ପୁରୀ: ଶ୍ରୀମନ୍ଦିର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଭାଗରେ ଶ୍ରୀ ବେଢ଼ାକାଳୀ ବା ଗୁହ୍ୟ କାଳୀ/ଭଦ୍ରକାଳୀ ମନ୍ଦିର ଅବସ୍ଥିତ । ଶ୍ରୀକ୍ଷେତ୍ରରେ ଆରାଧ୍ୟା ଓ ପ୍ରତ୍ୟକ୍ଷ ଦେବୀ ଭାବେ ସମସ୍ତ ଭକ୍ତ ତାଙ୍କୁ ମାନନ୍ତି । ନିଷ୍ଠାର ସହ ଆରାଧନା କଲେ ସେ ସବୁ…

ଶ୍ରୀଜଗନ୍ନାଥଙ୍କୁ ଛୁଇଁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ଏହି ମୋଗଲ ଶାସକ, ଜାଣନ୍ତୁ ସେ କିଏ?

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ଆଲୋଚନା କଲେ ତାହା ସମାପ୍ତ ହେବ ନାହିଁ । ପ୍ରତ୍ୟେକ ଭକ୍ତ ବ୍ୟକ୍ତଗତ ଭାବେ ତାଙ୍କ ମହିମା ସହ ଜଡିତ । ତେବେ ମୋଗଲମାନଙ୍କ ବାରମ୍ବାର ଆକ୍ରମଣ ଏବଂ ଶ୍ରୀଜଗନ୍ନାଥଙ୍କୁ ଅପବିତ୍ର କରିବା ଷଡଯନ୍ତ୍ରକୁ କିପରି ନିଜେ ଠାକୁର ରୋକିଥିଲେ ତାହା…

ପୁରୀର ପବିତ୍ର କଣ୍ଡୁ ଆଶ୍ରମ; ଯେଉଁଠି ପ୍ରସିଦ୍ଧ ପଣ୍ଡୁ ନୃସିଂହ ପାଆନ୍ତି ପୂଜା…

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ ।…