Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

କଣ୍ଢେଇ ନାଚ - ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି ଧୀରେ ଧୀରେ ଲୋପ ହୋଇଯିବାକୁ ବସିଲାଣି । ଓଡ଼ିଶାରେ ସାଧାରଣତଃ ତିନି ପ୍ରକାରର…

ଅପ୍ରତିଦ୍ୱନ୍ଦ୍ୱୀ ପାଲା ଗାୟକ – ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଭୁବନେଶ୍ୱର: ସାହିତ୍ୟାଚାର୍ଯ୍ୟ ଅଭୟ ଚରଣ ସ୍ୱାଇଁ । ଜଣେ ସଂସ୍କୃତ ପଣ୍ଡିତ ଭାବରେ ଯେପରି ଜଣାଶୁଣା ପ୍ରଖ୍ୟାତ ପାଲା ଗାୟକ ଭାବେ ସେପରି ପ୍ରତିଷ୍ଠିତ । ଶିକ୍ଷକତା ତାଙ୍କର ପେଷା ଥିଲା ସତ ହେଲେ ପାଲା ତାଙ୍କର ନିଶା । ସାରା ଜୀବନ ସେ ପାଲା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ପାଲାକାର…

ଉଦଯାପିତ ହେଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ, ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧରି ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ନାଟ୍ୟ ଜଗତର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଡ଼ଃ ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: କର୍ଣ୍ଣାଟକୀ କଣ୍ଠ ଓ ବାଦ୍ୟର ଅର୍ପୁବ ସଂଚାଳନ

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଶୁକ୍ରବାର ସନ୍ଧ୍ୟା ଥିଲା ସଙ୍ଗୀତ ଓ ବାଦ୍ୟ ସଂଚାଳନର ତୃତୀୟ ସନ୍ଧ୍ୟା । ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଂଙ୍ଗୀତ ଉପରେ ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଫ୍ୟୁଜନ ପରିବେଷଣ ଅତି ଚମକ୍ରାର…

ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ପୁସ୍ତକ ‘ମିଶ୍ର ଧୃପଦ’ ସହିତ ଜୀବନବ୍ୟାପୀ ସାହିତ୍ୟ ସାଧନା ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ…

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…

ରାକ୍ଷୀ ପୂର୍ଣ୍ଣିମା: ବଜାରରେ ଭିଡ଼ ଜମିଲା, ବାଲୁକା କଳାକୃତୀରେ ଚମକିଲା ରାକ୍ଷୀ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏହି ଦିନଟି ବେଶ୍ ପବିତ୍ର । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ତା’ର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ । ସମ୍ପର୍କର ସେତୁବନ୍ଧ ପାଲଟିଯାଇଥାଏ ସୂତାରେ ନିର୍ମିତ ହୋଇଥିବା କ୍ଷୁଦ୍ର ରାକ୍ଷୀଟିଏ । ଭୁବନେଶ୍ୱର…

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି: ‘ଏଏସଆଇ’ର ଯାଞ୍ଚ, ମରାମତି ତୁରନ୍ତ ହେବା ସମ୍ଭାବନା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ବର୍ଷା ସମୟରେ ପାଣି ଗଳୁଛି ନାଟମଣ୍ଡପ ଛାତରୁ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଏକ ବିଶେଷଜ୍ଞ ଦଳ ନାଟମଣ୍ଡପ ଛାତ ଯାଞ୍ଚ କରିଛନ୍ତି । ତେବେ ଏହାର ମରାମତି ଖୁବ ଶିଘ୍ର ହେବ…