Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଷ୍ଟ୍ରିଟ ଭେଣ୍ଡରଙ୍କୁ ମିଳିବ ୩ ହଜାର ଟଙ୍କା, ନିରାଶ୍ରୟଙ୍କୁ ମିଳିବ ରନ୍ଧାଖାଦ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ୨୧ ଦିନ ପାଇଁ ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ । ତେବେ ଏହି ସଂଗ୍ରାମ ଗରିବ ଲୋକ, ମଜଦୁର ଭାଇ ଭଉଣୀଙ୍କ ରୋଜାଗାର ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ଭିତରେ ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପୋଲିସର ନିଆରା ଉଦ୍ୟମ, କରୋନା ଭାଇରସ ହେଲମେଟ ପିନ୍ଧି ଲୋକଙ୍କୁ କଲେ ସଚେତନ

ଚେନ୍ନାଇ: ତାମିଲନାଡୁ ପୋଲିସର ନିଆରା ଉଦ୍ୟମ । ଲୋକଙ୍କୁ ଘରୁ ନବାହାରିବା ପାଇଁ ଅଭିନବ ଢ଼ଙ୍ଗରେ କଲେ ସଚେତନ । କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ ପିନ୍ଧି ଲୋକଙ୍କୁ ଘରୁ ନବହାରିବା ପାଇଁ କହୁଛନ୍ତି ପୋଲିସ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର ସଡକରେ । ତାମିଲନାଡୁର…

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା…

କରୋନା କବଳରେ ଭାରତ; ଜଣେ ‘ସୁପର ସ୍ପ୍ରେଡର’ଙ୍କ ଲାଗି କ୍ୱାରେଣ୍ଟାଇନରେ ୪୦ ହଜାର ବ୍ୟକ୍ତି

ନୂଆଦିଲ୍ଲୀ: କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଞ୍ଜାବର ୨୦ଟି ଗାଁର ପ୍ରାୟ ୪୦,୦୦୦ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ମୃତକ ଜଣକ ୭୦ ବର୍ଷୀୟ ଧର୍ମ ପ୍ରଚାରକ ଥିଲେ ଏବଂ ସେ ଏକ ଶିଖ ପର୍ବ ପରିଦର୍ଶନ ଯାଇଥିଲେ । ବିବିସି ଗଣମାଧ୍ୟମର…

ଲକ୍ ଡାଉନ ବେଳେ ମିଳିବ ୨୪ ଘଂଟିଆ ବିଜୁଳି: କେନ୍ଦ୍ର ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ଲକ ଡାଉନ ବେଳେ ମିଳିବ ୨୪ ଘଂଟିଆ ବିଜୁଳି ସେବା । ଏଥିପାଇଁ ଶକ୍ତି ବିଭାଗ ପ୍ରତିଶୃତି ବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌.କେ ସିଂହ କହିଛନ୍ତି । ମହାମାରୀ କରୋନା ସମୟରେ ଗ୍ରାହକ ଏବଂ ପ୍ରତିଷ୍ଠାନକୁ ୨୪ ଘଂଟିଆ ବିଜୁଳି ସେବା ଯୋଗାଇଦେବା ପାଇଁ ବିଦ୍ୟୁତ୍ କ୍ଷେତ୍ରର…

ଦେଶରେ ବଢୁଛି ମୃତ୍ୟୁ ସଂଖ୍ୟା; କେରଳରେ କରୋନା ନେଲା ପ୍ରଥମ ମୁଣ୍ଡ

କୋଚି: ଶନିବାର ଦିନ କେରଳରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଏନେଇ ଏର୍ଣ୍ଣାକୁଲମ ଜିଲ୍ଲା ମେଡିକାଲ ଅଫିସର ଡା. ଏନକେ କୁଟ୍ଟାପନ ସୂଚନା ଦେଇଛନ୍ତି । A 69-year-old man died due to #Coronavirus, at Kochi Medical College today: Ernakulam…

କରୋନା ମୁକାବିଲା: ସହାୟତାର ହାତ ବଢାଇଲା ରେଳବାଇ, ଟ୍ରେନରେ ହେବ ଆଇସୋଲେସନ ଓ୍ବାର୍ଡ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ରେଳ ବିଭାଗ ପକ୍ଷରୁ ଟ୍ରେନରେ ଆଇସୋଲେସନ କୋଚ ତିଆରି କାର୍ଯ ଆରମ୍ଭ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।…

ପୋଲିସଠୁ ଲାଠିମାଡ ଖାଇଲେ କମେଡିଆନ ସୁନୀଲ ଗ୍ରୋଭର !

ମୁମ୍ବାଇ: ଲକ ଡାଉନ ବେଳେ ଘରୁ ବାହାରି ପୋଲିସର ଲାଠି ମାଡ ଖାଇଲେ କମେଡିଆନ୍ ଗୁଥି ଓରଫ ସୁନୀଲ ଗ୍ରୋଭର । ତେବେ ଏକଥା ଆମେ କହୁନୁ । ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଥିବା ଦୁଇଟି ଫଟୋକୁ ଦେଖିଲେ ଏହା ଜଣାପଡୁଛି । ତାଙ୍କର ଏହି ଦୁଇ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।…

କେରଳରେ ଫଶି ରହିଛନ୍ତି ୪୫ ଓଡିଆ ଶ୍ରମିକ

ଖୋର୍ଦ୍ଧା: ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ କେରଳରେ ଫଶି ରହିଛନ୍ତି ୪୫ ଜଣ ଓଡିଆ ଦିନ ମଜୁରିଆ । ଏମାନଙ୍କ ଘର ଖୋର୍ଦ୍ଧା, ବେଗୁନିଆ, ରଣପୁର ଅଂଚଳରେ ହୋଇଥିବା ବେଳେ ଗଲା ୮ ମାସ ହେଲା ଏମାନେ କେରଳର ଗୁଡିକୋଟ ଜିଲ୍ଲାର କୁଦିଆର ଜଙ୍କସନଠାରେ କାମ କରୁଥିଲେ । ଏବେ ଲକ୍ ଡାଉନ…

କୋଭିଡ-୧୯ ଲକଡାଉନ: ମଦ ନମିଳିବାରୁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ତ୍ରିସୁର: ଦେଶରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହୋଇଛି । ଏହା ମଧ୍ୟରେ ସମସ୍ତ ଅନାବଶ୍ୟକ ଦୋକାନ, ବଜାର, ମଦ ଦୋକାନ ଗୁଡିକୁ ବନ୍ଦ କରି ଦିଆଯାଇଛି । ଶୁକ୍ରବାର ଦିନ କେରଳର ତ୍ରିସୁରରେ ଜଣେ ବ୍ୟକ୍ତି ମଦ ଉପଲବ୍ଧ ନହେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ…