Latest Odisha News

BREAKING NEWS

Browsing Category

ଅପରାଧ

ମମିତା ହତ୍ୟା ମାମଲା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ମାନ ମାମଲାର ତଦନ୍ତ ଚାଲୁଥିବାରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହୋଇଛି…

ମୋଷ୍ଟ ଓ୍ୱାଣ୍ଟେଡ୍ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର: ନିଶା ବେପେରୀ ଅନୀଲ ପାଣ୍ଡିକୁ ମୋଷ୍ଟ ଓ୍ୱାଣ୍ଡେଡ୍ ଘୋଷଣା କଲା ଏସଟିଏଫ୍ । ତାକୁ ଧରାଇ ଦେଲେ କିମ୍ବା ତା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି । ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି ହୋଇଛି ମୋବାଇଲ୍ ନମ୍ବର । ଏହି ମୋବାଇଲ୍ ନମ୍ବର ହେଲା ୭୮୯୪୪୨୩୬୧୦ ।…

ଆକାଶ ମହୁରିଆ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଜୟପୁର: ୨୦୧୭ରେ ସାମ୍ନାକୁ ଆସିଥିଲା ଆକାଶ ମହୁରିଆ ମୃତ୍ୟୁ ମାମଲା । ଏହି ଘଟଣାକୁ ନେଇ ସମଗ୍ର କୋରାପୁଟ୍ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । ଚର୍ଚ୍ଚା ହୋଇଥିଲା ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲା ତତ୍କାଳୀନ ତଦନ୍ତକାରୀ ଟିମ୍ । ହେଲେ ଶେଷରେ ଆକାଶ ମୃତ୍ୟୁ ମାମଲାରେ ତଦନ୍ତର ଦିଗ ନୂଆ…

ଭଦ୍ରକରେ ଏନକାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଦ୍ରକ: ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ବରପଦା ନିକଟରେ ସେମାନଙ୍କ ଉପରେ ଏନକାଉଣ୍ଟର କରିଥିଲା ଭଦ୍ରକ ପୋଲିସ । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ…

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ଥାନା ବାବୁ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ପଡ଼ିଛନ୍ତି ଏବେ ଭିଜିଲାନ୍ସ ଜାଲରେ । କାରରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ବରଗଡ଼ ଟୋଲ ଗେଟ୍…

ମମିତା ମେହେର ହତ୍ୟା ମାମଲା, ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ…

ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ବର : ରିମାଣ୍ଡରେ ଯିବ ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା…

ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର : ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କର ଜାରି ହେଲା ଫଟୋ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଇଓଡବ୍ଲ୍ୟୁ । ଏହାସହ ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସୁପାରୀ କିଲର ଗିରଫ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି ।ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା…

ପ୍ରଥମାଷ୍ଟମୀରେ ଅଢେଇ ବର୍ଷର ଶିଶୁକନ୍ୟା ନିଖୋଜ !

ବାଲେଶ୍ୱର: ପ୍ରଥମାଷ୍ଟମୀ ପାଇଁ ଉତ୍ସବମୁଖର ଥିଲା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗାଁ । ହଠାତ୍ ଚହଳ ପଡିଥିଲା ଅଢେଇ ବର୍ଷର ଶିଶୁ ସାଇସ୍ମିତା ପ୍ରଧାନ ନିଖୋଜ ହୋଇଯାଇଛି । ଏହି ଘଟଣାକୁ ନେଇ ନିଖୋଜ ଶିଶୁକନ୍ୟାର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଅନ୍ୟପଟେ ସ୍ଥନୀୟ…