Latest Odisha News

BREAKING NEWS

Browsing Category

ଅପରାଧ

ଧରାପଡ଼ିଲା ମେହୁଲ ଚୋକସୀ: ଆଣ୍ଟିଗୁଆକୁ ଚମ୍ପଟ ମାରିଥିଲା, ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ଓ ଠକେଇ ମାମଲାରେ ଚମ୍ପଟ ମାରିଥିବା ଅଭିଯୁକ୍ତ ମେହୁଲ ଚୋକସୀ ଧରା ପଡିଛି । ତାକୁ ଡୋମିନିକାରୁ ଗିରଫ କରାଯାଇଛି । ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (CID) କଷ୍ଟୋଡିରେ ଅଛି ମେହୁଲ ଚୋକସୀ । କିଛି ଦିନ…

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି…

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ !

କଙ୍କଡ଼ାହାଡ଼: ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।…

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…

ଝାରପଡ଼ା ଜେଲରୁ ମିଳିଲା ଆଉ ଏକ ମୋବାଇଲ

ଭୁବନେଶ୍ବର : ଜେଲରେ ହେଉଛି ଚଢ଼ାଉ । ଜବତ ହେଉଛି ବିପୁଳ ସାମଗ୍ରୀ । ହେଲେ ପୁଣି ଜଏଦୀଙ୍କ ନିକଟରୁ ଜବତ ହେଉଛି ବେଆଇନ ସାମଗ୍ରୀ । ଆଜି ଝାରପଡ଼ା ଜେଲରୁ ମିଳିଛି ଆଉ ଏକ ମୋବାଇଲ । ଜେଲ୍ ଅଧିକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ମୋବାଇଲ ଜବତ କରାଯାଇଛି । ମାଟି ତଳେ ପୋତା ହୋଇ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

ପାରାଦୀପ: ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇଛି। ଫଳରେ ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଷାକ୍ତ…

ଲକଡାଉନ୍ ରାତିରେ ମାତିଲେ ଲୁଟେରା: ମନ୍ଦିରରୁ ରୁପା ମୁକୁଟ ଓ ଟଙ୍କା ନେଇ ଛୁ

ଯାଜପୁର: ଲକଡାଉନ୍ ରାତିରେ ସବୁଆଡ଼େ ଶୂନଶାନ । ଏହାର ଫାଇଦା ନେଇ ମନ୍ଦିରରୁ ଲୁଟ୍ । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ବିଳମ୍ବିତ…

ସମ୍ପତ୍ତି ଲୋଭରେ ମାମୁ, ମାଇଁଙ୍କ ସହ ୫ ଜଣଙ୍କୁ ହତ୍ୟା କଲା ସମ୍ପର୍କୀୟ ଭଣଜା

ଅଯୋଧ୍ୟା: ସମ୍ପତ୍ତି ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟାରେ ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଇନାୟତ ନଗର ଥାନା ଖାନପୁର ନିସାରୁ ଗାଁରେ ସମ୍ପର୍କୀୟ ଭଣଜା ସମ୍ପତ୍ତି ପାଇଁ ମାମୁ, ମାଇଁ ସହ ତିନି ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ୧୦…

ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ

କାମାକ୍ଷାନଗର: ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ । ନିଜର ଗର୍ଭବତୀ ସ୍ତ୍ରୀକୁ କାଠ ଫାଳିଆ ରେ ବାଡେଇ ମାରିଲା ପିଶାଚ ସ୍ବାମୀ । ଏହି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ । ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ବିକ୍ରମ ନାଏକ ନିଜ ସ୍ତ୍ରୀ ବର୍ଷା ନାଏକକୁ ଏକ…

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…