Latest Odisha News

BREAKING NEWS

Browsing Category

ଅପରାଧ

ଅନୁରାଗ କଶ୍ୟପ ହାଜର ହୋ… ସମନ୍ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ୍ । ଆସନ୍ତାକାଲି ସକାଳ ୧୧ଟାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି । ମୁମ୍ୱାଇର ଭରଶୋଭା ଥାନାରେ ହାଜର ହେବେ ଅନୁରାଗ କଶ୍ୟପ । ତାଙ୍କର ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ ।…

ୟୁପି ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ SIT

ଲକ୍ଷ୍ନୌ: ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀୟ ମୁଖ୍ୟମନ୍ତ୍ରୀ…

ହାଥରସ ଗଣଦୁଷ୍କର୍ମ ମାମଲା: ପରିବାରକୁ ନଜଣାଇ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଲା ପୋଲିସ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଛି ପୋଳିସର ଅମାନବୀୟ କାମ । ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ମଙ୍ଗଳବାର ବିଳମ୍ବିତ ରାତିରେ ପିଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଛି ପୋଲିସ । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା,…

ରାଜଧାନୀରେ ନକଲି ଇଂଜିନ ଅଏଲ୍ କାରଖାନା ଠାବ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଚାଲିଛି ନକଲି କାରବାର । ଅସଲି ଦରରେ ବିକ୍ରି ହେଉଛି ନକଲି ମାଲ୍ । ପୁଣି ଠାବ ହେଲା ଆଉ ଏକ ନକଲି କାରଖାନା । ନକଲି ଇଂଜିନ୍ ଅଏଲ୍ କାରଖାନା ଠାବ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ମାଷ୍ଟାର ମାଇଣ୍ଡ ବାବାଜୀ ସାହୁଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି…

ନକଲି ପାନମସଲା କାରଖାନା ଠାବ

ଭୁବନେଶ୍ୱର: ପୁଣି ଅସଲି ବ୍ରାଣ୍ଡରେ ବ୍ରିକ୍ରି ହେଉଥିଲା ନକଲି ମାଲ । ଧରିଲା ପୋଲିସ । ଠାବ ହେଲା ନକଲି ପାନ ମସଲା କାରଖାନା ।ବାଲିପାଟଣା ଅନ୍ତର୍ଗତ ଜାହାଙ୍ଗୀରପାଟଣା ଗାଁରେ ନକଲି ପାନ ମସଲାର ଏକ କାରଖାନାକୁ ଠାବ କରାଯାଇଛି। ସ୍ପେସାଲ୍‌ ଟାକ୍ସ ଫୋର୍ସ, ଲକ୍ଷ୍ମୀଧର ସାହୁଙ୍କ ଘରେ…

ପତ୍ନୀଙ୍କୁ ଅସଦାଚରଣ ମାମଲା, ଓଡିଶା ଡେପୁଟି କଲେକ୍ଟର ଗିରଫ

ଝାରସୁଗୁଡା: ବରିଷ୍ଠ ଓଏଏସ୍ ଅଧିକାରୀ ତଥା ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ, ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଅଭିଯୋଗରେ ମଙ୍ଗଳବାର ଝାରସୁଗୁଡା ଟାଉନ ପୋଲିସ ଗିରଫ କରିଛି। ଗିରଫ ହେବାର କିଛି ସମୟ ପରେ ବାଗଙ୍କୁ ପଚରାଉଚରା ପାଇଁ ବିଟିଏମ ପୋଲିସ ଆଉଟପୋଷ୍ଟକୁ ନିଆଯାଇଥିଲା। ପରେ ତାଙ୍କ…

ଓଡିଶାରୁ ନାବାଳିକା ଅପହରଣ କରି ସମଲିଙ୍ଗୀ ସମ୍ପର୍କ ରଖାଇବା ଅଭିଯୋଗରେ ଗିରଫ ହେଲେ ପଶ୍ଚିମବଙ୍ଗ ମହିଳା 

ଭବାନୀପାଟଣା: ସମଲିଙ୍ଗୀ ସମ୍ପର୍କ ପାଇଁ ନାବାଳିକାକୁ ଅପହରଣ ଅଭିଯୋଗରେ କାଲାହାଣ୍ଡି ଜିଲ୍ଲାର ଧରମଗଡରୁ ଏକ ପୋଲିସ ଟିମ ମଙ୍ଗଳବାର ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନାନୁସାରେ, ୧୭ ବର୍ଷୀୟା ଏହି ନାବାଳିକାଙ୍କ ବାପା ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ସେପ୍ଟେମ୍ବର ୧୭ ରେ…

ଭିଜିଲାନ୍ସ ଜାଲରେ ରାଜସ୍ବ ସହକାରୀ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡେଭଲପମେଣ୍ଟ ସେକ୍ସନ ରାଜସ୍ବ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳ ଅନ୍ତର୍ଗତ ବିଳାସ ନାୟକଙ୍କ ଏକ କାମ କରାଇଦେବାକୁ କହି…

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଝାମ୍ପି ନେଲେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ଗ୍ରାହକ ହୋଇ ଆସି ଦୋକାନୀଙ୍କଠୁ ଲୁଟି ନେଲେ ସୁନା ଚେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ…

ମୋଷ୍ଟ ୱାଣ୍ଟେଡ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ଧରାପଡିଲା ମୋଷ୍ଟ ୱାଟେଂଡ ଏଟିଏମ୍ ଲୁଟେରା । କୁଖ୍ୟାତ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ ପୋଲିସ ଗିରଫ କରିଛି । ସମ୍ଭବ ସମେତ ୬ ଜଣଙ୍କୁ ସ୍ପେଶାଲ ସ୍କାର୍ଡ ଗିରଫ କରିଥିବା ଜଣାପଡିଛି । ଏମାନଙ୍କ ଠାରୁ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି । ପୂର୍ବରୁ ଲୁଟେରା ସମ୍ଭବ…