Latest Odisha News

BREAKING NEWS

Browsing Category

ଅପରାଧ

ଅନୁଗୁଳ: ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଗୁରୁବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଡମ୍ବରୁ ସାହୁ ନାମକ ଜଣେ ବ୍ୟବସାୟୀ ଛେଳି କିଣିବାକୁ ଆଜି ଜରପଡା ଅଞ୍ଚଳକୁ…

ଭୁବନେଶ୍ୱରରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣ, ମହିଳା ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କାରଗିଲ୍ ରୋଡରେ ବୁଧବାର ଦିନ ଭୋରରୁ କିଛି ଦୁର୍ବୃତ୍ତ ଜଣେ ମହିଳା ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ତା’ଙ୍କ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ…

୧୦ମ ଶ୍ରେଣୀ ଛାତ୍ରୀ ୫ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏକ ପଡିଆ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଉକ୍ତ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଟିସ୍କୋ ହସ୍ପିଟାଲରେ…

କଟକ: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକର କୁଆଖାଇ ନଦୀ ନିକଟସ୍ଥ ରେଳଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତୀ ସମୟରେ…

ପୁଣି ଓଡ଼ିଶାରେ କଙ୍ଗାରୁ କୋର୍ଟ; ଗ୍ରାମବାସୀଙ୍କ ଦ୍ୱାରା ଲଣ୍ଡା ହେଲେ ପ୍ରେମୀଯୁଗଳ

ବାରିପଦା: ସର୍ବସମ୍ମୁଖରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି କଙ୍ଗାରୁ କୋର୍ଟ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ମଣ୍ଡୁଆ ଗାଁ’ରେ । ଏହି ଘଟଣାର ଏକ ଭିଡ଼ିଓ ଶନିବାର ଦିନ ରେକର୍ଡ଼ିଂ ହୋଇ ସୋମବାର ଦିନ ଭାଇରାଲ୍ ହେବାପରେ ଏସମ୍ପର୍କରେ ଜଣାପଡ଼ିଥିଲା । ମିଳିଥିବା…

ଝାଡ଼ଖଣ୍ଡ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ, ସହ ୨ପୋଲିସ୍ କର୍ମଚାରୀ ନିଲମ୍ବିତ

ଝାଡ଼ଖଣ୍ଡ: ସଂଘବଦ୍ଧ ହୋଇ ଏକ ମୁସଲିମ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଝାରଖଣ୍ଡ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିବା ସହ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଚନ୍ଦ୍ରମୋହନ ଓ ବିପିନ ବିହାରୀ । ପରିବାର ଲୋକଙ୍କ କହିବାନୁଯାୟୀ, ଶାମସ…

ଇଞ୍ଜିନିୟର ଉଠବସ୍ ଘଟଣା: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାରେ ସୋମବାର ଦିନ ଗିରଫ ହୋଇଛନ୍ତି ବିଧାୟକ ସରୋଜ ମେହେର। ଆଜି ପାଟଣାଗଡ ପୋଲିସ ବିଧାୟକ ସରୋଜଙ୍କୁ ନୂଆପଡାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ମାରାଥନ୍ ଜେରା ପରେ…

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢାର ଫଟୋ ଛାଡି ନିଲମ୍ବିତ ହେଲେ ସେବାୟତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ଜଣେ ସେବାୟତ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମନ୍ଦିର ବେଢା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଅଶୋକ ପାତ୍ର ନାମକ ଜଣେ ପାଟରା ସେବାୟତ…

ଗ୍ୟାଙ୍ଗଷ୍ଟର୍ ଟିଟୋର ୨ ଭାଇ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଦିଲରପୁର ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍ ଅଲୀ ଓରଫ୍ ଟିଟୋ ଘରେ ବୁଧବାର ଦିନ ପୁଣି ଥରେ ଚଢାଉ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ । ଏହି ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଟିଟୋର ଦୁଇ ଭାଇ ଅସପାକ୍ ଅଲୀ ଓ…

ବାଲେଶ୍ୱରରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୪ ଅଟକ

ବାଲେଶ୍ୱର : ବାଲେଶ୍ୱରରେ ସହଦେବଖୁଣ୍ଟା ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଚଢାଉ କରି ମଙ୍ଗଳବାର ଦିନ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ମକସୁଦ୍ (୩୫),…