Latest Odisha News

BREAKING NEWS

Browsing Category

ଅପରାଧ

ଇଭିଏମ ଭାଙ୍ଗିବା ଘଟଣା: ଜେଲ୍ ଗଲେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଗୁରୁବାର ଦିନ କୋର୍ଟକୁ ଚାଲାଣ କରାଯାଇଥିଲା, ମାତ୍ର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା…

ମାଓବାଦୀଙ୍କ ଗୁଳିରେ ପୋଲିଂ ସୁପରଭାଜରଙ୍କ ମୃତ୍ୟୁ ଘଟଣା: ନିର୍ବାଚନ କମିଶନଙ୍କ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କନ୍ଧମାଳ: ଗତକାଲି କନ୍ଧମାଳ ଜିଲ୍ଲା ଗୋଚ୍ଛପଡ଼ା ଥାନା ଅନ୍ତର୍ଗତ ବାରହଳା ଗ୍ରାମ ନିକଟରେ ମାଓବାଦୀମାନେ ନୃଶଂସ ଭାବେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ପରିବାରର ନିକଟତମ…

ଖୋର୍ଦ୍ଧା ବିଜେପି ନେତା ହତ୍ୟାକାଣ୍ଡର ଖୁବଶିଘ୍ର ହେବ ପର୍ଦ୍ଦାଫାଶ: କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧାର ୯ ନଂ ୟୁନିଟ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଅଜଣା ଦୁର୍ବୃ ହତ୍ୟା କରିବା ପରେ ପୋଲିସ ୨ ଜଣ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ୨ ବ୍ୟକ୍ତିଙ୍କ ଠାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ…

ରାଜଧାନୀରୁ ଜବତ ହେଲା ୨୦୦ ଗ୍ରାମ ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆ ପଡିଆ ଅଞ୍ଚଳରେ ବୁଧବାର ଦିନ ଚଢାଉ ବେଳେ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି

କଟକ/ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ ବୋଲି ସୋମବାର ଦିନ ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି, ଜଣେ…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା

ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜ ବାସଭବନ ନିକଟରେ ମଙ୍ଗୁଳି ଜେନା ଓ…

ଯାଜପୁରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମରୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।…

ଛତ୍ରପୁରରେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଛତ୍ରପୁର ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମ ନିକଟରେ ରବିବାର ଦିନ ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।…