Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ…

ବେଙ୍ଗାଲୁରୁରେ ବଡ ଧରଣର ବିସ୍ଫୋରଣ, ୪ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ସନ୍ଦେହଜନକ ବିସ୍ଫୋଟକ ଫାଟିଥିବାର ସନ୍ଦେହ କରାଯାଉଛି । ବିସ୍ଫୋରଣ କାରଣରୁ ଚାରିଆଡେ ଏବେ ଭୟର ବାତାବରଣ ଖେଳିଯାଇଛି । ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ…

ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାର ୪ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ମହୀଶୂର: ମହୀଶୂରରେ ସନ୍ଦେହଜକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତକାଲି ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ…

ଏମିତି ସ୍ବାମୀ ଖୋଜ ଯିଏ ଘରର କାମ କରିପାରିବେ, ଦିବଙ୍ଗତ ପତ୍ନୀଙ୍କୁ ମନେପକାଇ ଏପରି କହିଲେ CJI ଡିୱାଇ ଚନ୍ଦ୍ରଚୂଡ

ବେଙ୍ଗାଲୁରୁ: ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ଜଣେ ଭଲ ଓକିଲ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ ତାଙ୍କ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପାର୍କିଂ ଟ୍ରକକୁ ଧକ୍କା ମାରିଲା କ୍ରୁଜର, ୫ ମୃତ ଓ ୧୩ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ୟାଦଗିରି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗାଡି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟାଦଗିରିର ଡେପୁଟି…

ଅଶାନ୍ତ କର୍ଣ୍ଣାଟକ। ଯୁବକଙ୍କୁ ହତ୍ୟା ପରେ ୧୪୪ ଧାରା ଜାରି

କର୍ଣ୍ଣାଟକ : କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମାଙ୍ଗାଲୋରରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମାଙ୍ଗାଲୋର ଉପକଣ୍ଠ ସୁରାତକଲରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ…

କର୍ଣ୍ଣାଟକରେ ତିନୋଟି ଆସନରେ ଜିତିଲା ବିଜେପି, କଂଗ୍ରେସ ଗୋଟିଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନରେ ​​ବିଜେପି ୪ଟି ସିଟ୍ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଦଳ ଜେଡିଏସ ପ୍ରାର୍ଥୀ ହାରିଛନ୍ତି।…