Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପତ୍ନୀଙ୍କ ଭରଣପୋଷଣ ପାଇଁ ୨ ଲକ୍ଷ ଦେବାକୁ ନିର୍ଦ୍ଦେଶ, ରାଗରେ ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ… 

କୋଏମ୍ବାଟୁର: ଆଜିକା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ବଦଳରେ ଛାଡପତ୍ରକୁ ଅଧିକ ଗୁରୁତ୍ବ ମିଳୁଛି। ଏହି ମଧ୍ୟରେ କୋଏମ୍ବାଟୁର କୋର୍ଟରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ସୂଚନା ଅନୁଯାୟୀ, ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ୮୦…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ…

୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ। ତ୍ରିପୁରାର ଅଗରତାଲା ରେଲୱେ ଷ୍ଟେସନରୁ ଗିରଫ କଲା ପୋଲିସ। ବେଆଇନ ଭାବେ ସୀମା ପାର୍‌ ହୋଇ କୋଲକାତା ଯାଉଥିବା ସୂଚନା। ଏନେଇ ସରକାରୀ ରେଳ ପୋଲିସର ଅଧିକାରୀ (ଓସି) କହିଛନ୍ତି ଯେ ରବିବାର ଦିନ ଅଗରତାଲା ରେଳ ଷ୍ଟେସନରେ ତିନିଜଣ ବାଂଲାଦେଶୀ…

ଇତିହାସ ରଚିବ ଇସ୍ରୋ: ମହାକାଶରେ ଫଳିବ ଝୁଡଙ୍ଗ, ପାଳଙ୍ଗ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ ଏଜେନ୍ସୀ ଇସ୍ରୋ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି। ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ । ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନରେ କିଛି ଏପରି ଐତିହାସିକ କାର୍ଯ୍ୟ…

ଅଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଘଟଣା: ଅଭିଯୁକ୍ତଙ୍କୁ ମିଳିଲା ବେଲ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ସାମ୍ନାରେ ଗତକାଲି ହୋଇଥିବା ବିକ୍ଷୋଭ ମାମଲାରେ 6 ଜଣଙ୍କୁ ଉଠାଇ ନେଇଥିଲା ପୋଲିସ l ସେହି 6 ଜଣଙ୍କୁ ଏବେ ଜାମିନ ମିଳିଛି l କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ପରେ ଏବେ ବାହାରକୁ ବାହାରିଛନ୍ତି ଏହି…

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲଭିତ୍‌ରେ ଏନକାଉଣ୍ଟର। ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ସେମାନଙ୍କ ନିକଟରୁ ୨ଟି ଏକେ-47 ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁଦାସପୁରର ଏକ…

୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର: ୩ ମୃତ

ମୁମ୍ବାଇ: ୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ପର। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ୱାଘୋଲି ଛକ ନିକଟରେ। ସୂଚନା ଅନୁସାରେ ୱାଘୋଲି ଛକ ନିକଟ ଫୁଟ୍‌ପାଥ୍‌ରେ ଶୋଇଥିଲେ ୯ ଜଣ। ଏଥିରେ ୨…

ବିମାନ ଦୁର୍ଘଟଣା: ପୁରା ପରିବାର ମୃତ

ନୂଆଦିଲ୍ଲୀ: ବ୍ରାଜିଲ୍‌ରେ ଚାଲିଛି ସତେ ଯେମିତି ମୃତ୍ୟୁର ତାଣ୍ଡବ ଲୀଳା । ଗତକାଲି ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୩୮ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ବିମାନ ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦକ୍ଷିଣ ବ୍ରାଜିଲ୍‌…

ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼ ଘଟଣା: ହେବ କଡା କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ: ଅଭିନେତା ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼। ଗତକାଲି ଅଲୁଙ୍କ ହାଇଦ୍ରାବାଦ ଜୁବୁଲି ହିଲ୍ସ ସ୍ଥିତ ବାସଭବନ ଆଗରେ ପ୍ରତିବାଦ କରିବା ସହ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି ଓସମାନିଆ ୟୁନିଭର୍ସିଟିରେ ସକ୍ରିୟ ଜେଏସି ଛାତ୍ର ସଂଗଠନ । ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ…

ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି: ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ ଅର୍ଥ ଆବଶ୍ୟକ

ଭୁବନେଶ୍ବର: ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ସମ୍ପର୍କରେ…