Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ସମର୍ଥନରେ ବାହାରିଲା ଶିବସେନା

ମୁମ୍ବାଇ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପି କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ, ଗଡ଼ ବଞ୍ଚାଇବାକୁ ଲାଗି ପଡିଛି ଟିଏମସି । ତେବେ ପଶ୍ଚିମବଙ୍ଗରେ ଟିଏମସି ହାତମୁଠାକୁ ଟାଣ କରିବାକୁ ଆଗକୁ ଆସିଛି ଶିବସେନା । ଦଳ ପଶ୍ଚିମବଙ୍ଗ…

ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି spaceX

ଟେକ୍ସାସ: spaceXର ମହାକାଶଯାନ ଷ୍ଟାରସିପ୍ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥିଲା । ତେବେ ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ଏହା ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ମିଶନ ମଙ୍ଗଳର ଗୋଟିଏ ସୋପାନକୁ ସଫଳତା…

କରୋନା ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ମିଳିବ ଅନୁମତି

ଥିରୁଭନନ୍ତପୁରମ : ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । କରୋନା ଟିକା ନେଇଥିବା ବ୍ୟକ୍ତି କେବଳ ହଜ୍ ଯାତ୍ରା କରିପାରିବେ ବୋଲି କହିଛି ସାଉଦି ଆରବ । ଭାରତରୁ ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ…

ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

ନୂଆଦିଲ୍ଲୀ : ଦେଶର ୬ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର । ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି । ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି । ଶ୍ରୀନଗରରେ…

କେରଳ ବିଧାନସଭା ନିର୍ବାଚନ: ଇ ଶ୍ରୀଧରନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ:ଆଗାମୀ କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିଛି । ମେଟ୍ରୋ ମ୍ୟାନ ଭାବେ ଖ୍ୟାତି ଲାଭ କରିଥିବା ଇ ଶ୍ରୀଧରନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । କେରଳରେ ଶ୍ରୀଧରନ ଜଣେ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ । ସେ ବିଜେପିରେ ସାମିଲ…

୫୯୮ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ଘରୋଇ ବଜାର ଉପରେ ପଡିଲା ବିଶ୍ୱ ବଜାରର ପ୍ରଭାବ

ମୁମ୍ବାଇ: ବିଶ୍ୱର ବିଭିନ୍ନ ସେୟାର ବଜାରରେ ଏବେ ବିକ୍ରିର ପର୍ଯ୍ୟାୟ ଚାଲିଛି । ଯାହାର ଚାପ ଗୁରୁବାର ଭରତୀୟ ସେୟାର ବଜାର ଉପରେ ପଡିଛି । ଫଳରେ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ଇଣ୍ଡେକ୍ସ ୫୯୮.୫୭ ଅର୍ଥାତ ୧.୧୬ ପ୍ରତିଶତ ହ୍ରାସ ସହ…

ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ 

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ଜଣେ ବାପା ନିଜ ଝିଅର ମୁଣ୍ଡକାଟି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଁଞ୍ଚିଥିଲା । ଏହି ଭୟଙ୍କର ଦୃଶ୍ୟ ଦେଖି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଝିଅର ପ୍ରେମ ପ୍ରସଙ୍ଗକୁ ନେଇ…

କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ ଓ ଲକଡାଉନ୍ ପାଇଁ ୨୦୨୦ରେ ୧.୫ ମିଲିୟନ୍ ସ୍କୁଲ୍ ବନ୍ଦ ରହିଥିଲା ।…

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ କେଜ୍ରିଓ୍ୱାଲଙ୍କ ବାପା-ମାଆ ବି ଟିକା ନେଇଛନ୍ତି । ସେମାନଙ୍କୁ…

ତାଜମହଲରେ ବୋମା ଥିବା ନେଇ ଫେକ୍ ଫୋନ୍ କଲ୍, ଅଭିଯୁକ୍ତ ଗିରଫ

ଆଗ୍ରା: ତାଜମହଲରେ ବମ୍ ଥିବା ନେଇ ଫେକ୍ ଫୋନ୍ କଲ୍ । କେହି ଜଣେ ତାଜମହଲରେ ବମ୍ ଥିବା ଫୋନ୍ କରି ସୂଚନା ଦେଇଥିଲା । ଏହାପରେ ପର୍ୟ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଥିଲା ସିଆଇଏସଏଫ୍ । ଦୁଇଟିଯାକ ଗେଟକୁ ବନ୍ଦ କରି ଦିଆଯାଇଥିଲା । ଦୁଇ…