Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୯୩ ଲକ୍ଷ ପାର କଲା କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ୯୩ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତ ବଢଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୨ ନୂଆ କରୋନା ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୩ ଲକ୍ଷ ୯ ହଜାର ୭୮୮କୁ ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି କମିଛି…

ନୌସେନାର ମିଗ୍-29 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ନିଖୋଜ

ନୂଆଦିଲ୍ଲୀ: ମିଗ୍-29ର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ  ପାଇଲଟ୍ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ଏନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟା ୫ଟାରେ ଏହି ଦୁର୍ଘଟଣା ଘଟିଥିଲା । ନୌସେନା ପକ୍ଷରୁ କୁହାଯାଇଛି…

ଆମେରିକାରେ କରୋନାର କରାଳ ରୂପ; ୨୪ ଘଣ୍ଟାରେ ୨୪୩୯ ମୃତ୍ୟୁ

ୱାଶିଂଟନ: ଆମେରିକାରେ କରୋନା ତାଣ୍ଡବ। ଗତ ୨୪ ଘଣ୍ଟାରେ ନେଲାଣି ୨୪୦୦ରୁ ଅଧିକ ମୁଣ୍ଡ। ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୬ ମାସ ମଧ୍ୟ‌ରେ ଆମେରିକାରେ ଏହା ସର୍ବାଧିକ କରୋନା ମୃତ୍ୟୁ। ସୂଚନାନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨୪୩୯ ଜଣ କରୋନା…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୫ କରୋନା ଆକ୍ରାନ୍ତ ମୃତ

ରାଜକୋଟ: ଗତକାଲି ବିଳମ୍ବିତ ରାତିରେ ଗୁଜରାଟର ରାଜକୋଟରେ ଥିବା ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ରାଜକୋଟ ସ୍ଥିତ ଉଦୟ ଶିବାନନ୍ଦ ହସ୍ପିଟାଲର ଆଇସିୟୁ ୟୁନିଟ୍ରେ ଶୁକ୍ରବାର…

କ୍ଲାସ୍ ରୟାଲ୍ ପାର୍ଟନର୍ସ ପକ୍ଷରୁ ୨୭ ଦିନିଆ ଗେମିଂ ଟୁର୍ଣ୍ଣାମେଂଟ୍ ପାଇଁ ଜିଓ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର /ମୁମ୍ବାଇ: ଜିଓଗେମସ୍ ପକ୍ଷରୁ ଏକ ୨୭ ଦିନିଆ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି ଯେଉଁଥିରେ ବିଜେତାଙ୍କୁ \"ଭାରତର ଗେମିଂ ଚାମ୍ପିଆନ୍‌’ ମୁକୁଟ ପ୍ରଦାନ କରାଯିବ । କ୍ଲାସ୍ ରୟାଲ୍ ହେଉଛି ଏକ ଫ୍ରିମିୟମ୍‌, ବାସ୍ତବ-ସମୟର ଏକାଧିକ ଖେଳାଳୀ ସାମିଲ୍ ହେଉଥିବା ଏକ…

ଆଉ ନାହାନ୍ତି ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରିର ଜନକ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚନ୍ଦ କୋହଲିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୨୪ରେ ସେ ପାକିସ୍ତାନର ପେଶାୱରରେ ଜନ୍ମଗ୍ରହଣ କରିଥିଲେ । ଭାରତର…

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ…

ଯାଇପାରିଲାନି ଭୋଜି, ବେକରେ ଲଗାଇଲା ରସି

ମୁଜାଫରନଗର: ମଳିନ ପଡିଥିଲା ବିବାହ ଉତ୍ସବରେ ସାମିଲ ହେବାର ଆଶା । ଭୋଜିକୁ ଯିବା ପାଇଁ ମାଆ ପାଖେ ନେହୁରା ହୋଇଥିଲା ୮ ବର୍ଷର ଝିଅ । ହେଲେ ପଣତକାନି ଝାଡି ପୁଅକୁ ନେଇ ବିବାହ ଉତ୍ସବକୁ ମାଆ ଚାଲିଯାଇଥିଲା । ଶେଷରେ ମାନସିକ ଆଘାତକୁ ସହ୍ୟ କରିନପାରି ଜୀବନ ହାରିଥିଲା ନାବାଳିକା ।…

ଦିଲ୍ଲୀବାସୀ ସାବଧାନ ! ବଢୁଛି କରୋନା ମୃତ୍ୟୁ, ନଭେମ୍ବରରେ ଗଲାଣି ୨୩ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି କରୋନା । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ କରୋନା ମୃତ୍ୟୁ ଏବେ ଟେନସନ୍ ବଢାଉଛି । ଏହି ନଭେମ୍ବର ମାସରେ ହିଁ ୨୩ଶହରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇ ସାରିଲାଣି ମହାମାରୀ ।…

ଶ୍ରୀନଗର ବଜାରରେ ଆତଙ୍କବାଦୀ ହମ୍‌ଲା, ୨ ଯବାନ ସହିଦ

ଶ୍ରୀନଗର: ପୁଣିଥରେ ଭାରତରେ ଆତଙ୍କବାଦୀ ହମ୍‌ଲା । ବ୍ୟସ୍ତବହୁଳ ଶ୍ରୀନଗର ବଜାରରେ ଆଜି ତିନି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କବାଦୀ ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଥିଲାବେଳେ କାରରେ ଚମ୍ପଟ୍ ମାରିଥିଲେ ଆତଙ୍କବାଦୀ । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଖୁସୀପୋରାରେ…