Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ସାଢେ ୨୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୩,୬୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୧ ଜଣଙ୍କର ଜୀବନ ଯାଇଛି ।…

ବିଶିଷ୍ଟ ଲେଖକ ତଥା ଗୀତିକାର ରାହତ ଇନ୍ଦୋରୀ କରୋନା ସଂକ୍ରମିତ

ଇନ୍ଦୋର: କରୋନା ସଂକ୍ରମିତ ହୋଇଛନ୍ତି ବିଶିଷ୍ଟ ଲେଖକ, କବି ତଥା ଗୀତିକାର ରାହତ ଇନ୍ଦୋରୀ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହତ…

ସ୍ୱାଧୀନତା ଦିବସରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ନ୍ୟୁୟର୍କ: ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଉଡ଼ିବ ଭାରତର ଜାତୀୟ ପତାକା । ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ଏହି ବିଶେଷ ସ୍ଥାନରେ ଫର ଫର ହୋଇ ଉଡ଼ିବ ତ୍ରିରଙ୍ଗା । ଆମେରିକାର ଗୋଟିଏ ଗ୍ରୁପ ତ୍ରିରଙ୍ଗା ଉଡ଼ାଇବା ନେଇ ଘୋଷଣା କରିଛି । ତିନିଟି…

ବେରୁତ ବିସ୍ଫୋରଣ ପରେ ପଦ ଛାଡ଼ିଲେ ଲେବାନନ୍ ପ୍ରଧାନମନ୍ତ୍ରୀ

ଲେବାନନ୍: ବେରୁତ ବିସ୍ଫୋରଣ ଘଟଣା ପରେ ଲେବାନନରେ ତେଜିଛି ଜନ ଆକ୍ରୋଶ । ରାଜରାସ୍ତାରେ ହିଂସାକାଣ୍ଡ ଓ ବିରୋଧ ପ୍ରଦର୍ଶନ । ଏଭଳି ସ୍ଥିତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ୍ ଦିଆବ୍ । ଏହାସହ ତାଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛି । ଟ୍ୱିଟ୍ କରି ହସନ୍ ଦିଆବ…

ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରେମସିଟ୍ ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼

ଓ୍ୱାଶିଂଟନ୍: ହ୍ୱାଇଟ୍ ହାଉସ୍ ଭିତରେ ପ୍ରେସମିଟରେ ସୂଚନା ଦେଉଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତିକିବେଳେ ବାହାରେ ହେଲା ଗୁଳିମାଡ଼ । ହ୍ୱାଇଟ୍ ହାଉସ ବାହାରେ ଗୁଳିମାଡ଼ ନେଇ ନିଜେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ…

ଆଜି ଜନ୍ମାଷ୍ଟମୀ: ମଧ୍ୟରାତ୍ରୀରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ବେଦବାଣୀ…

ମୁଣ୍ଡ ପୂରାଇଲେ ରାହୁଲ-ପ୍ରିୟଙ୍କା, ମାନିଲେ ସଚିନ୍ ପାଇଟଲ୍

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଂକଟରେ ପଡ଼ିବ ଯବନିକା । ମାନିଗଲେ ସଚିନ ପାଇଲଟ୍ । ପୁରୁଣା ମାନ ଅଭିମାନ ଛାଡ଼ି କଂଗ୍ରେସ ହିତ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ରାଜସ୍ଥାନରେ କଂଗ୍ରେସ ସରକାରର ସ୍ୱାର୍ଥ ଦିଗରେ କାମ କରିବେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ…

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆଜି ଆର୍ମି ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲେ ହେଁ ସନ୍ଧ୍ୟାରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟର…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ୟେଦୁରପ୍ପା

ବେଙ୍ଗୁଳୁରୁ: ନଅ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା । ଆଜି କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏ ନେଇ ଆଜି ୟେଦୁରପ୍ପା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି…

ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ବିସ୍ଫୋରଣ, ଦିନରେ ରାତିର ଭ୍ରମ ସୃଷ୍ଟି

ମେଡାନ: ଇଣ୍ଡୋନେସିଆର ମାଂଉଟ ସିନାବଙ୍ଗ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁ ଏତେ ମାତ୍ରାରେ ଧୂଆଁ ନିର୍ଗତ ହୋଇଥିଲା ଯେ, ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି । ଏହି ଜ୍ବାଳାମୁଖୀରୁ ବାହାରିଥିବା ପାଉଁଶ ୩୦ କିଲୋମିଟର ଦୂର ବେରାସ୍ତଗୀ ପହଁଞ୍ଚି ଯାଇଛି । ଇଣ୍ଡୋନେସିଆର…