Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ : ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଛି । ସୂଚନା ଅନୁଯାୟୀ ଗତ ଜୁନ୍ ୧୧ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା ।…

ଆନନ୍ଦୀବେନ ପଟେଲ ଛତିଶଗଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ : ଛତିଶଗଡର ରାଜ୍ୟପାଳ ଭାବେ ଆନନ୍ଦୀବେନ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡର ରାଜ୍ୟପାଳ ଥିବା ବଳରାମ ଦାଶ ଟଣ୍ଡନଙ୍କର ଗତ ମଙ୍ଗଳବାର ଦିନ ଆକସ୍ମିକ ମୃତ୍ୟୁ ଘଟିଥିଲା । ରାୟପୁରର ବିଆର୍ ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୯୦ ବର୍ଷ…

ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଆରପାରିରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ । ୮୯ ବର୍ଷ ବୟସରେ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

କରନୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା, ଆଉ ଜଣେ ଓଡିଆ ଶ୍ରମିକ ମୃତ

ହାଇଦ୍ରାବାଦ/ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ କରନୁଲ୍ ପଥର ଖାଦାନ ବିସ୍ଫୋରଣରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ବିତି ନୂଆଗାଁର ରାମଚନ୍ଦ୍ର ନାହାକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଅଗଷ୍ଟ ୩ରେ କରନୁଲ୍ ଅନ୍ତର୍ଗତ…

ଆରପାରିରେ ନୋବେଲ୍ ବିଜେତା ଭିଏସ୍ ନଇପଲ୍

ନୂଆଦିଲ୍ଲୀ : ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଲେଖକ ଭିଏସ୍ ନଇପଲଙ୍କ ଦେହାନ୍ତ ଘଟିଛି । ୮୫ ବର୍ଷ ବୟସରେ ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା । ନଇପଲ୍ ଏକାଧାରାରେ ଜଣେ ପ୍ରସିଦ୍ଧ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ଥିଲେ । ୧୯୩୨…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ…

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି,…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ବିଜୟୀ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟସଭାର ଉପସଭାପତି ପଦ ପାଇଁ ଦିଲ୍ଲୀ ରାଜନୀତି ସରଗରମ…

କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମାରିନା ବିଚରେ ସମ୍ପନ୍ନ

ଚେନ୍ନାଇ: ତାମିଲନାଡୁ ରାଜନୀତିର ଭୀଷ୍ମ ପିତାମହ ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ଅନ୍ତ୍ୟେଷ୍ଟି କ୍ରିୟା ମାରିନା ବିଚରେ ସଂପର୍ଣ୍ଣ ହୋଇଛି । ସୂଚନା ଅନୁଯାୟୀ ସେ ଦୀର୍ଘଦିନ ଧରି ମୂତ୍ରାଶୟ ଜନିତ ରୋଗରେ ପିଡିତ ହୋଇ ଚେନ୍ନାଇର କାବେରୀ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ‘ବିଜୁ ଜନତା ଦଳ’ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀଙ୍କୁ ସମର୍ଥନ କରିବ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଆଜି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦଳ ଏନଡ଼ିଏ ସମର୍ଥୀତ ଜେଡ଼ି…