Latest Odisha News

BREAKING NEWS

Browsing Category

ଫିଚର

ମହିଳା ହକି: ଆୟର୍ଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଲା ଭାରତ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଆଜି ଚମତ୍କାର ପ୍ରଦର୍ଶନ କରି ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଛି । ଭାରତ ତାର ପରବର୍ତୀ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ରାନୀ ରାମପଲ ନେତୃତ୍ୱାଧୀନ ଭାରତୀୟ ଦଳ…

ଆଜି ଦିନ ୨ଟାରେ ବାହାରିବ CBSE ଦ୍ୱାଦଶ ରେଜଲ୍ଟ, ଏମିତି ଜାଣିବେ ଫଳାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଏନେଇ ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀ cbseresults.nic.in ଓ୍ୱେବସାଇଟରୁ ନିଜ ନିଜ ରେଜଲ୍ଟ ଦେଖିପାରିବେ । ରୋଲ୍ ନମ୍ୱର ଜରିଆରେ ନିଜ…

ଦାନୀଶ ବଂଚିଥିଲେ, ଭାରତୀୟ ବୋଲି ଜଣାପଡିବା ପରେ ହତ୍ୟା କଲେ ତାଲିବାନ: ରିପୋର୍ଟ

ନୂଆଦିଲ୍ଲୀ:ଭାରତର ଫଟୋ ଜର୍ଣ୍ଣାଲିଷ୍ଟ ଦାନୀଶ ସିଦ୍ଦିକିଙ୍କ ମୃତ୍ୟୁ ଘଟଣାରେ ଆଜି ୱାଶିଂଟନ ଏଗଜାମାଇନରରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶିତ କରିଛି । ରିପୋର୍ଟରେ ଦାନିଶଙ୍କ ମୃତ୍ୟୁ କ୍ରସ ଫାୟାରିଂରେ ହୋଇ ନ ଥିଲା । ସେ ଭାରତୀୟ ବୋଲି ଜଣାପଡିବା ପରେ ତାଙ୍କୁ ତାଲିବାନମାନେ ହତ୍ୟା କରିଥିଲେ ।…

ଅଲିମ୍ପିକ୍ସ ୧୦୦ ମିଟର ହିଟରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଭଲ ପ୍ରଦର୍ଶନ ସତ୍ତ୍ୱେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ ଚାନ୍ଦ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ନେଇଥିଲେ ୧୧.୫୪…

ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଲଭଲିନା

ଟୋକିଓ: ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକଠାରୁ ପାଦେ ଦୂରରେ ମହିଳା ବକ୍ସର ଲଭଲିନା ବୋରଗୋହେନ । ୬୪-୬୯ କିଲୋ ବର୍ଗ କ୍ୱାର୍ଟର ଫାଇନାଲରେ ତାଇପେଇର ପୂର୍ବତନ ବିଶ୍ୱ ଚାମ୍ପିଅନ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଲଭଲିନା ।…

ଆଉ କେଇ ମିନିଟରେ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକକୁ ଓହ୍ଲାଇବେ ଦୂତୀ

ଟୋକିଓ: ଆଉ କିଛି ମିନିଟର ଅପେକ୍ଷା । ଟୋକିଓ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭାରତୀୟ ସମୟ ସକାଳ ୯ଟା ୧୭ ମିନିଟରେ ଶହେ ମିଟର ଟ୍ରାକରେ ଭାଗ୍ୟ ପରୀକ୍ଷା କରାଇବେ ଦୂତୀ ଚାନ୍ଦ । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା,…

ରାଜ୍ୟରେ ୧୫ଶହକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୨.୦୫%

ଭୁବନେଶ୍ୱର: ରାଜ୍ୟରେ ୧୫ ଶହକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ଶହ ୫୮ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୯୦୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫୪ । ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୭୫ ହଜାର ୮୬୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୦୫…

ଅଲିମ୍ପିକ୍ସ ତୀରନ୍ଦାଜ: ପଦକ ଅଭିମୁଖେ ପାଦ ବଢ଼ାଉଛନ୍ତି ଦୀପିକା କୁମାରୀ

ଟୋକିଓ: ତୀରନ୍ଦାଜରେ ପଦକ ଆଶା ଦେଖାଇଲେ ଭାରତୀୟ ତୀରାନ୍ଦାଜୀ ଦୀପିକା କୁମାରୀ । ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ୱର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ତୀରନ୍ଦାଜୀ । ମହିଳା ଏକକ ବର୍ଗର ରାଉଣ୍ଡା ୧୬ରେ ରୁଷିଆର ସେନିଆ ପେରୋଭାଙ୍କୁ ସୁଟଆଉଟରେ ୬-୫ରେ ପରାସ୍ତ କରି…

ଆଜିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା, ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଅ୍ ଲାଇନ୍ ମାଟ୍ରିକ ପରୀକ୍ଷା । ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଚଳିତବର୍ଷ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିଲା । ଫଳାଫଳକୁ ନେଇ…

ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବି ନିର୍ଦ୍ଦେଶକ ଦାୟିତ୍ବ

ନୂଆଦିଲ୍ଲୀ : ଓଡିଆ ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ନୂଆ ଦାୟିତ୍ବ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ୍…