Latest Odisha News

BREAKING NEWS

Browsing Category

ଫିଚର

ବ୍ରିଟେନ ଓ ମସ୍କୋରେ ଭୟାନକ ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରିଟେନ ଓ ମସ୍କୋରେ ଭୟଙ୍କର ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ । ଦିନକୁ ଦିନ ସ୍ଥିତି ହେଲାଣି ଅତି ସାଂଘାତିକ । ମାତ୍ର ଏକ ସପ୍ତାହରେ ବ୍ରିଟେନରେ ଡେଲଟା ଜନିତ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୬୩୦ରେ ପହଞ୍ଚିଛି । ଫଳରେ ଏହି ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ…

ମିଲଖା ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଫ୍ଲାଇଂ ଶିଖ ଭାବେ ପରିଚିତ ଭାରତର ଗୌରବ ମିଲଖାଁ ସିଂ ଆଉ ନାହାନ୍ତି । ଏହି ମହାନ ଅଲିମ୍ପିଆନଙ୍କ ବିୟୋଗରେ ସାରା ଦେଶ ଶୋକବ୍ୟକ୍ତ କରୁଛି । ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏହି ମହାନ…

ଭାରତର ସବୁଠାରୁ ସଫଳ ଅଧିନାୟକ ହେଲେ କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ନେତୃତ୍ୱ ନେବା ମାତ୍ରେ ବିରାଟ କୋହଲି ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।…

ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ କହିଲେ ଗାୟକ ଅଭିଜିତ

ମୁମ୍ବାଇ: ଗାୟକ ଅଭିଜିତ ଭଟ୍ଟଚାର୍ଯ୍ୟ ଶନିବାର ଅଶୋଭନୀୟ ବୟାନ ଦେଇଛନ୍ତି । ସୋସିଆଲ ମିଡିଆର ଏକ ଲାଇଭ ସେଶନରେ ସେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ ଚକ୍ରବର୍ତି କହିଛନ୍ତି । ଏପରିକି ସେ ଗାଇଥିବା ଗୀତ ଯୋଗୁ ଅକ୍ଷୟ ଷ୍ଟାରଡମ ପାଇଛନ୍ତି ବୋଲି କହିଛନ୍ତି । ୧୯୯୨ରେ…

କୋଭିଡ ନିୟମ ଉଲ୍ଲଂଘନ; ୨୪ ଘଣ୍ଟାରେ ୨୨ ଲକ୍ଷ ଫାଇନ, ୧୫ ଗିରଫ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ,…

ଚିଡିଆଖାନାରେ କରୋନା ସଂକ୍ରମିତ ୪ ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ଠାବ

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି…

ଓଡ଼ିଆ ଆଇଏଏସ୍ ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । ପୀୟୁଷ ଗୋଏଲ କହିଛନ୍ତି, ଗୁରୁପ୍ରସାଦ ମହାପାତ୍ରଙ୍କ…

ଓଡ଼ିଶା ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । କିଛି ସମୟ ପୂର୍ବରୁ ମର ଶରୀର ବାଲେଶ୍ୱରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅପରାହ୍ଣରେ ମୃତଦେହ କଟକରେ ପହଞ୍ଚିବ ।…

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆଙ୍କ ଚେତାବନୀ, ୬-୮ ସପ୍ତାହ ଭିତରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ସେକେଣ୍ଡ ଓ୍ୱେଭ ସରିନି । ଏହାରି ଭିତରେ ତୃତୀୟ ଲହର ନେଇ ଆଭାସ ମିଳିଲାନି । ଥାର୍ଡ ୱେଭ ଆସିବା ନିଶ୍ଚିତ।ଆଗାମୀ ୬-୮ ସପ୍ତାହ ଭିତରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅର୍ଥାତ ଅଗଷ୍ଟ କିମ୍ବା ସେପ୍ଟେମ୍ୱର ବେଳକୁ ଆସିପାରେ । ଏଭଳି ଚେତେଇ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ…

ରାଜ୍ୟରୁ କରୋନା ନେଲା ୪୨ ଜୀବନ, ଦୁଇ ଦିନ ପରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଦିନ କମିବା ପରେ ରାଜ୍ୟରେ ପୁଣି ବଢ଼ିଲା କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ…