Latest Odisha News

BREAKING NEWS

Browsing Category

ଫିଚର

କରୋନା ରେଡ୍ ଜୋନରେ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର । କରୋନା ରେଡ୍ ଜୋନରେ ଏବେ ଅଧା ଓଡ଼ିଶା । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି ।…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ।…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…

ଆଜିଠୁ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ

ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଭଦ୍ରକ, କଟକ, ଗଞ୍ଜାମରୁ ଜଣେ…

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ…

ଆଜିଠୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ଗ୍ରାହକ ସେବା, କରୋନା ଯୋଗୁ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ଗ୍ରାହକ ସେବା ଯୋଗାଇବେ । ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ବି ହେଲେଣି । ଏଭଳି ସ୍ଥିତିରେ…

ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୯୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୭୨ଟି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ…

ଘାଟିରେ ଓଲଟିଲା ବସ୍, ୭ ଯାତ୍ରୀ ଆହତ

ରାୟଗଡ଼ା: ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଓମ୍ ସାଇ ନାମକ ବସଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୋଳ ଯାଉଥିଲା । ଘାଟି ଚଢ଼ିବା ବେଳେ…