Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁରରେ ଜାନିବିଲି ବୃହତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପ୍ରାୟ ୪୩୧ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମନ୍ୱିତ ଜଳ ଯୋଗାଣ ପ୍ରକଳ୍ପ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନିମନ୍ତେ ଗଞ୍ଜାମର ଧରାକୋଟ ବ୍ଲକର ଜାନିବିଲିଠାରେ ନିର୍ମିତ ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।…

ଆହୁରି ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ୩ ଦିନ ଧରି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡ଼ି)ର କର୍ତ୍ତୃପକ୍ଷ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡ଼ି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ବାଂଲାଦେଶ ଉପର ୦.୯ କିମି ରୁ…

ରାଜେନ୍ଦ୍ର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କଲେ ରାଜ୍ୟ ସରକାର

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ସର୍ବପୂରାତନ ମହାବିଦ୍ୟାଳୟ ରାଜେନ୍ଦ୍ର ସ୍ୱୟଂ ଶାସିତ କଲେଜକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ଏହା ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡ଼ିକ ଏବେ ବିଶ୍ୱବିଦ୍ୟାଳୟ ଭାବେ ଘୋଷିତ ହୋଇଥିବା ରାଜେନ୍ଦ୍ର…

ଗଞ୍ଜାମ: କୂଅ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କାମଗଡ ଗ୍ରାମରେ ରବିବାର ଦିନ ଜଣେ ବୃଦ୍ଧଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ସୁଭାଷ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସୁଭାଷ ଗତ ୨ ଦିନ ହେବ ନିଖୋଜ ଥିଲେ । ସ୍ଥାନୀୟ ବାସିନ୍ଦାମାନେ ଏକ…

ସମ୍ବଲପୁରରେ ରେଳଧାରଣା ଉପରକୁ ମାଡିଗଲା କଣ୍ଟେନର

ସମ୍ବଲପୁର : ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରବିବାର ଦିନ ଏକ କଣ୍ଟେନର୍ ରେଳ ଧାରଣା ଉପରେ ଚଢ଼ି ଯିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ ଉକ୍ତ କଣ୍ଟେନରଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ…

ଧରାପଡ଼ିଲା ପାକିସ୍ତାନର ମିଛ, ଅଭିନନ୍ଦନଙ୍କୁ ଦିଆଯାଇଥିଲା ମାନସିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନାଙ୍କ କବଜାରେ ଥିବା ବେଳେ ତାଙ୍କୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା କଥା ମୁକ୍ତ ହେବା ପରେ କହିଛନ୍ତି । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ମୁକ୍ତ ହେବା ପରେ ବାୟୁସେନା ହସ୍ପିଟାଲରେ ତାଙ୍କର…

ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ

ଭୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଅଜିତ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ।ଓଡ଼ିଶା…

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଦିନିକିଆରେ ବିରାଟ ବାହିନୀ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଟସ ଜିିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତ…

ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ରାଜଭବନଠାରେ ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ କରିଛନ୍ତି । ବିଶିଷ୍ଟ କବି ଭାରତ ମାଝୀ ଓ ବନୋଜ ତ୍ରିପାଠୀଙ୍କ ଦ୍ୱାରା ସଂକଳିତ ଏବଂ ‘ପକ୍ଷୀଘର’ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଗାନ୍ଧିଜୀଙ୍କୁ ନେଇ ଲେଖା କବିତା ଏବଂ ତାଙ୍କୁ…

ପରିବେଶ ପ୍ରେମୀଙ୍କୁ ଘାରିଲା ଡଲଫିନ୍ ମୃତ୍ୟୁ, ୨୦୧୯ରେ ୪ଟି ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ଚଳିତ ବର୍ଷ ଆରମ୍ଭରୁ ତଥା ଜାନୁୟାରୀ ଓ ଫେବୃୟାରୀ ମାସରେ ଚିଲିକା ହ୍ରଦରେ ୪ଟି ବିରଳ ପ୍ରଜାତିର ଇରାୱାଡି ଡଲଫିନର ପ୍ରାଣହାନୀ ଘଟିଛି। ଫଳରେ ଏଭଳି ଘଟଣା ବନବିଭାଗ ଅଧିକାରୀ, ପରିବେଶବିତ୍ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି । ପୁରୀ ଜିଲ୍ଲାର…