Latest Odisha News

BREAKING NEWS

Browsing Category

ଖେଳ

ପୂର୍ବାଂଚଳ ଆନ୍ତଃଜୋନ ମହିଳା ଟି୨୦ ଚାମ୍ପିୟନ: ମାଧୁରୀ, ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ଓସିଏ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଆନ୍ତଃଜୋନ ସିନିୟର ମହିଳା ଟି୨୦ରେ ପୂର୍ବାଂଚଳ ଦଳ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ ଟିମ ପକ୍ଷରୁ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ଓଡିଶା କ୍ରିକେଟ…

୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି ପାଇଁ ସୋମବାର ଓଡିଶା ଦଳ ଘୋଷଣା କରାଯାଇଛି । ଶୁଭ୍ରା ନିର୍ଝରଣୀ ସ୍ୱାଇଁଙ୍କୁ ଘୋଷିତ ୧୭ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । କାଦମ୍ବିନୀ ମାହାକୁଡ ଦଳର କୋଚ ଦାୟିତ୍ୱ ତୁଲାଇବେ । ଓଡିଶା ୧୨ ତାରିଖରେ ଜାମ୍ମୁ ଆଣ୍ଡ କଶ୍ମୀର…

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଦିନିକିଆ ଟିମର ଅଧିନାୟକ ଟେମ୍ବା ବାଭୁମା ଓ ପେସ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ବିଶିଷ୍ଟ ସିରିଜରୁ ବାଦ ଦିଆଯାଇଛି । ତେବେ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜରେ ଖେଳିବେ । ଟି୨୦ ଏବଂ…

ଜାତୀୟ ସବ ଜୁନିୟର କିରୋଗୀ, ପୁମସୀ ଏବଂ କ୍ୟାଡେଟ ପ୍ରତିଯୋଗିତା: ପୁମସିରେ ଓଡିଶା ଚାମ୍ପିୟନ

ଡେରାଡୁନ: ଏଠାରେ ୩୭ତମ ଜାତୀୟ ସବ ଜୁନିୟର କିରୋଗୀ, ୧୧ତମ ପୁମସି ଓ ୬ଷ୍ଠ ତମ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁମସି ଇଭେଂଟରେ ଓଡିଶା ଓଭରାଲ ୧୮ ସ୍ୱର୍ଣ୍ଣ ଓ ୨ ରୌପ୍ୟ ଜିତି ଚାମ୍ପିୟନ ହୋଇଛି । ସେହିପରି କିରୋଗୀରେ ୬ଟି ରୌପ୍ୟ ଓ ୧୪ କାଂସ୍ୟ ପଦକ ସହ ଓଡିଶା ରନର୍ସଅପରେ…

ଶେଷ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ: ସିରିଜ ୪-୧ରେ ବିଜୟୀ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଟି୨୦ରେ ଭାରତ ୬ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୪-୧ ବୃହତ ବ୍ୟବଧାନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରେୟାଶ ଆୟାରଙ୍କ ୫୩, ଜିତେଶ ଶର୍ମା ୨୪, ଅକ୍ଷର ପଟେଲ ୩୧ ଓ ୟଶସ୍ୱୀ…

ବିଜୟ ହଜାରେ ଟ୍ରଫି: ସିକ୍କିମ ବିପକ୍ଷରେ ଓଡିଶାର ସହଜ ବିଜୟ

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ରବିବାର ଓଡିଶା ୯ ୱିକେଟରେ ସିକ୍କିମକୁ ପରାସ୍ତ କରିଛି । ଅପେକ୍ଷାକୃତ ଦୁର୍ବଳ ଟିମକୁ ହରାଇବା ପାଇଁ ଓଡିଶାକୁ ବିଶେଷ କଷ୍ଟ କରିବାକୁ ପଡି ନ ଥିଲା । ୬ ମ୍ୟାଚରୁ ଓଡିଶାର ଏହା ତୃତୀୟ ବିଜୟ । ତେବେ ଏହି ବିଜୟ ସତ୍ୱେ ଓଡିଶାର ନକଆଉଟ…

ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବେ ମିଚେଲ୍

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ବିଶ୍ୱକପ୍ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମିଚେଲଙ୍କୁ ଖୁବ୍…

ଅଷ୍ଟ୍ରେଲିଆରେ ପାକିସ୍ତାନ ଖେଳାଳିଙ୍କୁ ଅଣଦେଖା, ନିଜ ସାମଗ୍ରୀ ନିଜେ ଉଠାଇଲେ

ମେଲବୋର୍ଣ୍ଣ: ପାକିସ୍ତାନ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ପଂହଚି ସାରିଛି । ପାକିସ୍ତାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଖେଳାଳି ବିମାନବନ୍ଦରରୁ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…

ଫାଇନାଲ ପରାଜୟ ନେଇ ଦୋଷ ମୁଣ୍ଡାଇଲା ପିଚ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଭାରତ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ଫାଇନାଲରେ ହାରିବା ଅନେକଙ୍କୁ ହଜମ ହୋଇ ନ ଥିଲା । ବିସିସିଆଇ ଅଧିନାୟକ ରୋହିତ ଶର୍ମା ଏବଂ ମୂଖ୍ୟ…