Latest Odisha News

BREAKING NEWS

Browsing Category

ଖେଳ

ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ

ନୂଆଦିଲ୍ଲୀ :ବିସିସିଆଇ ଭି.ଭି.ଏସ୍.ଲକ୍ଷ୍ମଣଙ୍କୁ ଚୟନ କମିଟି ମୂଖ୍ୟ କରିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ସ୍ଥାନରେ ସେ  ଏହି ଦାୟିିତ୍ୱ ତୁଲାଇବେ ।  ଅଗରକରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ, ପୂର୍ବତନ…

କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ

ଡାର୍ୱିନ୍: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଅଗଷ୍ଟ ୧୩ ରୁ ଆରମ୍ଭ ହେବାକୁ ଯାଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କ୍ରିକେଟ୍ ରେକର୍ଡ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶ୍ୱର ଅନ୍ୟତମ ଘାତକ ବୋଲର ମିଚେଲ ଷ୍ଟାର୍କ ନିଜ ଟେଷ୍ଟ କ୍ୟାରିୟରର ୪୩୪ତମ ୱିକେଟ୍‌ର…

ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍‌ର ନିରାଶାଜନକ ପ୍ରଦର୍ଶନ ପରେ ହେବାକୁ ଥିବା ବିସିସିଆଇର ସମୀକ୍ଷା ବୈଠକ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।  ସୂଚନା ଅନୁଯାୟୀ, ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହି…

ରୋହିତଙ୍କ ଭବିଷ୍ୟତକୁ ନେଇ ବିସିସିଆଇ ଓ ଚୟନ କମିଟି ମଧ୍ୟରେ ବଢ଼ିଲା ମତଭେଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗତ କିଛି ଦିନ ହେବ ପରାଜୟ ଏବଂ ବିବାଦ ପଛକୁ ପଛ ଲାଗି ରହିଛି । ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପରାଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କେବଳ ମ୍ୟାଚ୍ ହାରିବା ନୁହେଁ, ବରଂ ଇଂଲଣ୍ଡ ଗସ୍ତ ସମୟରେ ରୋହିତ ଶର୍ମାଙ୍କ…

ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ

ନୂଆଦିଲ୍ଲୀ: କ୍ରିକେଟରେ କେତେବେଳେ କେଉଁ ରେକର୍ଡ ସୃଷ୍ଟି ହୁଏ, ତାହା କହିବା ମୁସ୍କିଲ । ଦକ୍ଷିଣ ଆଫ୍ରିକାର ପୂର୍ବତନ ତଥା ସମ୍ପ୍ରତି ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ ମୋର୍ନେ ମୋର୍କେଲଙ୍କ ନାମରେ ଟେଷ୍ଟ କ୍ରିକେଟ୍ ଇତିହାସର ଏକ ଅତ୍ୟନ୍ତ ଅଲୋଡ଼ା ବିଶ୍ୱ ରେକର୍ଡ ରହିଛି । ଜଣେ ବୋଲରଙ୍କ…

ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଆସନ୍ତା ଅଗଷ୍ଟ ୧୭ରୁ ୨୩ ତାରିଖ ପର‌୍ୟ୍ୟନ୍ତ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ ଆୟୋଜିତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପାଇଁ ବିଶ୍ୱ ବ୍ୟାଡମିଣ୍ଟନ୍ ମହାସଂଘ  ପକ୍ଷରୁ ଖେଳାଳିଙ୍କ  ସୀଡିଂ ତାଲିକା ପ୍ରକାଶ ପାଇଛି…

ପ୍ରୀତିଙ୍କ ସହ ଡେଟିଂ: ୧୬ ବର୍ଷ ପରେ ମୁହଁ ଖୋଲିଲେ ବ୍ରେଟ୍ ଲୀ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ସ୍ପୀଡ୍ ଷ୍ଟାର୍ ବ୍ରେଟ୍ ଲୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଗୋଟିଏ ସମୟରେ ସେ ବଲିଉଡ୍‌ରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେହି ସମୟରେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର…

ଲୋଜାନ୍ ଡାଏମଣ୍ଡ ଲିଗ୍: ନୀରଜଙ୍କ ଶ୍ରୀଲଙ୍କାର ରୁମେଶ, ପାକିସ୍ତାନର ଅର୍ଶଦଙ୍କ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଭାରତର ତାରକା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଥ୍ରୋଅର୍   ନୀରଜ ଚୋପ୍ରା ଆସନ୍ତା ଅଗଷ୍ଟ ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ‘ଲୋଜାନ୍ ଡାଏମଣ୍ଡ ଲିଗ୍’ ରେ ଭାଗ ନେବେ ।  ନୀରଜ ଚତୁର୍ଥ ଥର ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।…

ପୁଣି ବିଦେଶରେ ନିଖୋଜ ହେଲେ ପାକିସ୍ତାନୀ ଖେଳାଳି

ଗ୍ଲାସଗୋ:ଗ୍ଲାସଗୋରେ ଶେଷ ହୋଇଥିବା କମନୱେଲଥ୍ ଗେମ୍ସ  ପରେ ପାକିସ୍ତାନ କ୍ରୀଡ଼ା ଜଗତରେ ପୁଣି ଥରେ ବଡ଼ ବିବାଦ ଦେଖାଦେଇଛି । ପାକିସ୍ତାନୀ ବକ୍ସର କୁଦରତୁଲ୍ଲା ଟିମ୍ ହୋଟେଲରୁ ହଠାତ୍ ଗାଏବ ହୋଇଯିବା ପରେ ପାକିସ୍ତାନ ବକ୍ସିଂ ଫେଡେରେସନ୍  ପୁଣି ଥରେ ଗମ୍ଭୀର ସମାଲୋଚନାର ଶିକାର ହୋଇଛି ।…

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ଆଘାତ ସମସ୍ୟା ଯୋଗୁଁ ଦଳ ସହ ଶ୍ରୀଲଙ୍କା ଗଲେନି ସାଇ ସୁଦର୍ଶନ

ବେଙ୍ଗାଲୁରୁ:ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ପହଞ୍ଚିସାରିଛି । ହେଲେ ଦଳର ଯୁବ ତଥା ପ୍ରତିଭାବାନ୍ ବାମହାତୀ ବ୍ୟାଟର ସାଇ ସୁଦର୍ଶନ ଦଳ ସହିତ ଯାଇନାହାନ୍ତି । ବିମାନବନ୍ଦରରେ ସୁଦର୍ଶନଙ୍କ ଅନୁପସ୍ଥିତି ତାଙ୍କ ଫିଟନେସ୍‌କୁ…