Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି ବିଜେଇଏମ୍-୨

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୧୨ ରହିଛି । ତେବେ ସତ୍ୟଭାମାପୁ୍ର ସ୍ଥିତ ବିଜେଇଏମ୍ -୨ ଇଂଲିଶ ମାଧ୍ୟମ ସ୍କୁଲ…

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୬୨.୩୧ ପ୍ରତିଶତ ‌ମତଦାନ

ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଚାରି ଲୋକସଭା ଆସନ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହେଲା । ସନ୍ଧ୍ୟା ୫ଟା ସୁଦ୍ଧା ୬୨.୩୧ ପ୍ରତିଶତ ‌ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି…

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର…

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…

ପଦମପୁରରେ ଏଥର ବଦଳିବ ବାଜି !

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ…

କାର୍ଯ୍ୟରେ ଅବହେଳା: ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ…

ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଲୋକେ । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେଥିମଧ୍ୟରୁ ସର୍ବାଧିକ…

ଯେଉଁଠି ଇଭିଏମ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ ହେବ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ମତଦାନ ବେଳେ ଯେଉଁଠି ଇଭିଏମ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ ହେବ। ମକ୍‌ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି ବା ପରିବର୍ତ୍ତନ କରାଯାଇଛି। ଇଭିଏମରେ ତ୍ରୁଟି ଥିଲେ ବ୍ୟସ୍ତ ନହେବାକୁ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟର ପ୍ରମୁଖ…

କାଳବୈଶାଖୀ ପ୍ରଭାବରେ ୨୫ ସହରରେ ବର୍ଷା, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ଲାଗି ରହିଛି ବର୍ଷା। ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଙ୍କିରେ ସର୍ବାଧିକ ୧୦୮ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ଠାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ ସର୍ବାଧିକ ୨୮ ମିମି, ରାୟଗଡ଼ାରେ ୫.୨ମିମି ଓ…

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ଦେଉଛି ଓଡ଼ିଶା । ୪ ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ। ମାଓ ପ୍ରବଣ ଇଲାକାରେ ସକାଳ ୭ଟାରୁ…