Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଚ୍ୟାଉପଟ୍ଟନାୟକଙ୍କ ସମେତ ବହୁ ଗଞ୍ଜାମ ବିଜେଡ଼ି ନେତାଙ୍କୁ ଥଇଥାନ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.…

ଚାଷୀଙ୍କୁ ଦଳିଦେଲା ହାତୀ

ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ…

ସାଇକେଲ ସହ ପୋଖରୀରେ ପଡ଼ି ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁତାକଳ ଛକ ପାଖରେ ଆଶୁତୋଷ ଲେଙ୍କା(୧୨) ସାଇକେଲ ଚଲାଉଥିବା ବେଳେ ଅସାବଧାନତା ଯୋଗୁ ପୋଖରୀ ଭିତରକୁ ଚାଲି ଯାଇଥିଲେ । ଆଖପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଯାଇ ଉଦ୍ଧାର କରିବା ସହିତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।…

ଅଣ୍ଡା ତରକାରି ରାନ୍ଧିଲେନି ବୋଲି ମା’ଙ୍କୁ ହତ୍ୟା କରିଥିଲେ ପୁଅ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ୬୫ ବର୍ଷୀୟା ତ୍ରିବେଣୀ ନାଇକଙ୍କ ହତ୍ୟା ପଛର କାରଣ କହିଛି ପୋଲିସ। ଅଣ୍ଡା ତାରକାରି ରାନ୍ଧିଲେନି ବୋଲି ତାଙ୍କ ପୁଅ ସନାତନ ହିଁ ତାଙ୍କୁ ହତ୍ୟା କରିଥିଲେ। ପୁଅ ସନାତନଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ…

ଦଶହରା ମାମୁଲ୍‌ ନମିଳିବାରୁ ଜଳଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ

ବ୍ରହ୍ମପୁର: ଦଶହରା ମାମୁଲ୍‌(ଚାନ୍ଦା) ମିଳିଲାନି ବୋଲି ଜଳ ଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ। ଉତ୍ୟକ୍ତ ଲୋକମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିବା ପରେ ପୁଣି ଥରେ ସ୍ବଭାବିକ ହୋଇଥିଲା ଜଳଯୋଗାଣ। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଶନିବାର ଏଭଳି ଏକ ଘଟଣା…

ମୁମ୍ବାଇରେ ସ୍ତ୍ରୀଙ୍କ ମୃତ୍ୟୁ, ଗଞ୍ଜାମରେ ସ୍ବାମୀ ଗିରଫ

ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା…

ବ୍ରହ୍ମପୁର ସହର ଉପକଣ୍ଠରେ ବ୍ୟାପୁଛି ଝାଡାବାନ୍ତି

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଟିଏ ପରେ ଆଉ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନ ଭିତରେ ବେନ୍ଦାଳିଆ ଗ୍ରାମରେ ୫ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କେତେକ ଆକ୍ରାନ୍ତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଲାଠି ଗ୍ରାମରେ ଝାଡ଼ାବାନ୍ତି…

ସୋନାଲି ପୁଣି ହେଲେ ବ୍ରହ୍ମପୁର ମହିଳା ବିଜେଡ଼ି ସଭାନେତ୍ରୀ

ବ୍ରହ୍ମପୁର:ବିଜୁ ମହିଳା ଜନତା ଦଳର ବ୍ରହ୍ମପୁର ସାଂଗଠନିକ ଜିଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ନାମ ଘୋଷଣା କରିଛନ୍ତି। ସଭାନେତ୍ରୀ ଭାବେ ପୁଣି ଥରେ ସୋନାଲି ଗନ୍ତାୟତଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶାନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‌ ପାଇଁ ଗଞ୍ଜାମକୁ ଅବହେଳା କରାଯାଉଛି:ପ୍ରଦୀପ

ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ୍‌ ପାଇଁ ଗଞ୍ଜାମ ଜିଲାକୁ ଅବହେଳା କରାଯାଉଛି ବୋଲି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ଶନିବାର ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକରଡା ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ…

ଘରୁ ମିଳିଲା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।…