Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗଞ୍ଜାମ ଜିଲ୍ଲାରେ ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ

ଗଞ୍ଜାମ: ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଲି ତାକୁ ନଗୁଡୁ ବଡପଥର ନିକଟରୁ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍ । ପରେ ସନ୍ଧ୍ୟାରେ ବାଘଟି ମରି ଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ…

ହନୁମାନ ପଇସା ଠକେଇ ଅଭିଯୋଗରେ ୭ ଗିରଫ

ବ୍ରହ୍ମପୁର: ହନୁମାନ ମୁଦ୍ରା କାରବାର କରି ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡବଜାର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମାଗ୍ନେଟ୍‌, ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପୋଲିସ ଠାରୁ ମିଳିଥିବା ସୂଚନା…

ଦେବରାଜ ସାହୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୋବାଇଲ ଓ ବନ୍ଧୁକ ସହ ୬୩ଟି ଗୁଳି, ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ଭୋଇ…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌

ଗଂଜାମ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଆଉ ଅଳ୍ପକେ ବର୍ତ୍ତିଲେ ଏଥିରେ ଥିବା ଯାତ୍ରୀ । ଗଞ୍ଜାମ-ଗଜପତି ସୀମା ତପ୍ତପାଣି ଘାଟିରେ ଆଜି ସକାଳୁ ଏହି ଘଟଣା ଘଟିଛି । ବ୍ରିଜ୍ ତଳକୁ ଅଧା ଓହଳି ରହିଛି ବସ୍ । ମିଳିଥିବା ସୂଚନା ଅନୁଯାୟୀ, ମହାବୀର ନାମକ…

୧୦ ଫୁଟ ପାହାଡ଼ ତଳକୁ ଖସିଲା ବସ୍, ଭାଗ୍ୟ ଭଲ ବସରେ କେହି ଯାତ୍ରୀ ନଥିଲେ

ଦିଗପହଣ୍ଡି: ୧୦ ଫୁଟ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ବୁରତାଲ ଏକ୍ସପ୍ରେସ ନାମକ ବସଟି ପାହାଡ଼ ତଳକୁ ଖସି ପଡ଼ିଲା । ଏଥିରେ ବସ ହେଲପର ଗୁରୁତର ହୋଇଛନ୍ତି । ସେତେବେଳେ ହେଲପର ରଜନୀକାନ୍ତ…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ଗଞ୍ଜାମ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା

ଗଞ୍ଜାମ: ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ହେଲେ ଦେବରାଜ ସାହୁ । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ଼ ହୋଇଛି । ୩ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍…

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର…

ଭାରସାମ୍ୟ ହରାଇ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରାଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଝି ରାସ୍ତାରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏଥିରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ରାସ୍ତା ଦେଖାଯାଇ…

ଅଲିଭ ରିଡଲେ ଦେହରେ ଲାଗିବ ଟ୍ୟାଗ୍‌

ବ୍ରହ୍ମପୁର: ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗ୍ ଲଗାଯିବ । ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ମୋଟ ୩୦ହଜାର ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗିଂ ହେବ ବୋଲି ଜଣାପଡିଛି । ଋଷିକୁଲ୍ୟା ମୁହାଣରେ ବନ ବିଭାଗ ଓ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ମିଳିତ…