Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ବର୍ଷିଲେ ସାଂସଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଏବେ ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଗତକାଲି ବାରିପଦାରେ ଚାଲିଥିଲା ଆଦିରନ ମାରାଥନ ।  ଏହି କାର୍ଯ୍ୟକ୍ରମରେ ଉଭୟେ ପିନ୍ଧିଥିଲେ ଟି-ସର୍ଟ । ଉଭୟଙ୍କ ଟି-ସର୍ଟରେ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ।…

ନିଶ୍ଚିହ୍ନ ହୋଇଗଲା ପୁରା ପରିବାର: ଭାଈ ଭଉଣୀ ପରେ ଚାଲିଗଲେ ମାଆ

ବରଗଡ଼: ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ସପ୍ତାହ ମଧ୍ୟରେ ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର  । ବାପାଙ୍କ ପରେ ଆଖି ବୁଜିଛନ୍ତି ପରିବାରର ୩ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ପାରିବାରିକ ସମସ୍ୟାକୁ ନେଇ ମାଆ, ପୁଅ ଓ ଝିଅ କୀଟନାଶକ…

ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ: ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍

ଭୁବନେଶ୍ୱର:ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ । ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍ । ଲୁକ ଆଉଟ  ସର୍କୁଲାର ଜାରି କଲା କମିଶନରେଟ ପୋଲିସ । ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ  କମିଶନରେଟ ପୋଲିସ ଏକ  ସ୍ୱତନ୍ତ୍ର…

ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ

ପୁରୀ: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି  । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୂଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ  । ସେହି ସମୟରେ ଭଗବାନ…

କେହି ନିଲାମ ନଧରିବାରୁ ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ନଡ଼ିଆ

କେନ୍ଦୁଝର: ଖୋଲା ବଜାରରେ ବିକ୍ରି ହେଉଛି ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ । କେହି ନିଲାମ ନଧରିବାରୁ ମନ୍ଦିର ପ୍ରଶାସନ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛି । ଗତକାଲି ଗୋଟିଏ ଦିନରେ  ପ୍ରାୟ ୨ ହଜାର ୯୧୦ଟି ନଡ଼ିଆ ବିକ୍ରି ହୋଇଛି । ଘଟଗାଁରେ ନିଲାମ ନହୋଇ ପଡ଼ିରହିଛି ୧୨ ଲକ୍ଷ ମାନସିକ ନଡ଼ିଆ ।…

ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ: ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ । ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଦଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଶଙ୍ଖ ଭବନରେ ଏହି ତାଲିମ…

ଥମୁନି ହାତୀ ଆତଙ୍କ: ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର

ବାରିପଦା: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ମୃତ୍ୟୁବରଣ କରୁଛି  । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡ ଅଧିନରେ ଥିବା ବେତନଟୀ ରେଞ୍ଜରେ  । ହାତୀ ଘଉଡାଇବା ବେଳେ ହାତୀ ହାବୁଡରେ ପଡିଛନ୍ତି ଫରେଷ୍ଟର ଓ ଜଣେ…

ଦୂର ହେବ ଶିକ୍ଷକ ଅଭାବ : ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ କରିବେ ଆଶାୟୀ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ…

କେନ୍ଦ୍ରାପଡାରେ ଆତଙ୍କ: ମାଛ ଜାଲରେ ପଡିଲା କୁମ୍ଭୀର, ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ  । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି  । କୁମ୍ଭୀର ଆକ୍ରମଣରେ ବହୁ ଜୀବନ ହାନି ମଧ୍ୟ ଘଟୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି  ।     ଆଜି କିନ୍ତୁ କିଛି ଭିନ୍ନ ଘଟଣା ଦେଖିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ! ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆଜିଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । ଆଜି ପାଇଁ…