Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାନଗା ରେଳ ଦୁର୍ଘଟଣା: ମନ ଇଛା ଭଡା ନ ବଢାଇବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଅଚାନକ ବିମାନ ଯାତ୍ରା ଭଡ଼ା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ରେଳ ଦୁର୍ଘଟଣାକୁ ଆଖିରେ ରଖି ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ…

ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି…

ମୃତଦେହରେ ଭର୍ତ୍ତି ହେଲା ସ୍କୁଲ ଘର

ଭୁବନେଶ୍ୱର: ଘଟଣାକୁ ଦୁଇଦିନ ପୁରିଲାଣି । କିନ୍ତୁ ଏବେ ବି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର କୋହରୁ କେହି ବର୍ତ୍ତି ପାରୁନାହାନ୍ତି । ଆତ୍ମୀୟସ୍ୱଜନ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା କେଉଁଠି ବି ନ ହେଉ ବୋଲି ଅନେକ ମତ ରଖିଛନ୍ତି । ଏସବୁ…

୨ ସାଙ୍ଗକୁ ଛାଡ଼ିବାକୁ ଯାଇ ଶବ ହୋଇ ଫେରିଲେ ଲକ୍ଷ୍ମୀଧର

ସାଲେପୁର: ବାଲେଶ୍ୱରର ବାହାନଗା ଟ୍ରେନ୍ ଟ୍ରାଜେଡି ଅନେକ ଜୀବନ ନେଇଛି । କିଏ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଆଉ କିଏ ଘରକୁ ଫେରୁଥିବା ବେଳେ ଜୀବନ ହାରିଛି । ସେହିଭଳି କଟକ ଜିଲ୍ଲା ନେମାଳ ଥାନା କୁଆଡୋଳ ଗାଁର ୨୧ ବର୍ଷର ଲକ୍ଷ୍ମୀଧର ସାହାଣୀ କରମଣ୍ଡଳ ଏକ୍ସପ୍ରେସରେ ଘରକୁ…

ମୃତକଙ୍କ ଆତ୍ମାର ସଦ୍‌ଗତି ନେଇ ଦିନିକିଆ ଶୋକ ପାଳିଲା ତାମିଲନାଡୁ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶନିବାର ସାରା ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଇଛି । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି । ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.…

ବାହାନଗା ଦୁର୍ଘଟଣା ପରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ନଜର ପକାନ୍ତୁ କେଉଁ ରେଳମନ୍ତ୍ରୀ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ତିନିଗୋଟି ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣା ପରେ ଚିରାଚରିତ ଢଙ୍ଗରେ ଆରମ୍ଭ ହୋଇଛି ଘୃଣ୍ୟ ରାଜନୀତି । ପଶ୍ଚିମବଙ୍ଗର ଟିଏମସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…

ଶିକ୍ଷକ ହେବା ଆଶା ମଉଳିଗଲା, ଶବ ହୋଇ ଫେରିଲେ

ଭୁବନେଶ୍ୱର: ଆଖିରେ ଥିଲା ଅସରନ୍ତି ସ୍ୱପ୍ନ । ମନରେ ମେଞ୍ଚା ମେଞ୍ଚା ଭାବନା । ସିଟି ପରୀକ୍ଷା ଦେଇ ଶିକ୍ଷକ ହେବା ନିଶାରେ ଅନେକ ଯୋଜନା କରିଥିଲେ । କିନ୍ତୁ ବୋଧହୁଏ ନିୟତିର କିଛି ଅନ୍ୟ ଉଦ୍ଦେଶ୍ୟ ଥିଲା । ଆଖି ପିଛୁଳାକେ ସେମାନଙ୍କର ସବୁ ସ୍ୱପ୍ନ ଓ ସବୁ ଭାବନା ଧୂଳିସାତ ହୋଇଗଲା ।…

ଚିହ୍ନଟ ହୋଇ ନ ଥିବା ମୃତଦେହ ଭୁବନେଶ୍ୱର ଅଣାଯିବ

ଭୁବନେଶ୍ୱର: ମୃତଦେହ ଚିହ୍ନଟ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯିବ । ପରିବାର ଲୋକେ ଯେ ପର୍ଯ୍ୟନ୍ତ ମୃତଦେହକୁ ଚିହ୍ନଟ କରିନାହାନ୍ତି, ସେ ପର୍ଯ୍ୟନ୍ତ…

‘କୁଆଡେ ଗଲା କବଚ’, ଟ୍ରେନ ଦୁର୍ଘଟଣା ପାଇଁ ବିଜେପିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଯୋଗୁ ଶହ ଶହ ଜୀବନ ଯାଇଛି। ଏପରିକି ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବହୁ ପରିବାର ଛାରଖାର ହୋଇଯାଇଛି। ଦେଶ ବିଦେଶରୁ ସମବେଦନାର ସୁଅ ଛୁଟିଛି। ଏଭଳି ଏକ ଗଭୀର ଦୁଃଖ ସମୟରେ…

ଅଧା ରହିଗଲା ଜଗା ଦର୍ଶନ

ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ ।…