Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀ ପରିଚୟ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଚାରି ଗିରଫ

ରାୟଗଡା: ନିଜକୁ ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ରାୟଗଡା ଜିଲ୍ଲା ପୋଲିସ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି…

ରାଜଧାନୀରେ ବିଜ୍ଞାପନ ମାରି ଗଣିଲେ ୧.୫୦ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ବିଜ୍ଞାପନ ମାରିବା । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ସଂସ୍ଥାଠାରୁ ୫୦ ହଜାର ଲେଖାଏଁ ମୋଟ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଏଥିସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଥାନାରେ ଏତଲା…

ଡିସେମ୍ବର ୧୩ରୁ ଜାନୁଆରୀ ୧୩ ଯାଏ ପିସିସି କିଷାନ କଂଗ୍ରେସର ମଣ୍ଡିଚାଲ ଅଭିଯାନ

ଭୁବନେଶ୍ୱର: ଚାଷୀଙ୍କୁ ହକ୍ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ। କେନ୍ଦ୍ର ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ଧାନକିଣା ଓ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି କଂଗ୍ରେସ। ଏଥିପାଇଁ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ବାନ ଦିଆଯାଇଛି…

ବାପାଙ୍କ ମୁହଁରେ ଫୁଟା ପାଣି ଫିଙ୍ଗିଲା ଝିଅ, ଦୃଷ୍ଟିଶକ୍ତି ହରାଇ ବସିଲା ବାମ ଆଖି

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଭରତପୁର ଅଞ୍ଚଳରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଝିଅ ମୁହଁରେ ଫୁଟା ପାଣି ଫିଙ୍ଗିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଆଖି ଖରାପ ହୋଇଯାଇଛି ବା ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ସାଙ୍ଘାତିକ କାଣ୍ଡ…

୩୫୦ କୋଟି ଜବତ ପରେ ହାଓ୍ୱାଲା ଅପରେଟର ଓ ସେଲ୍ କମ୍ପାନୀ ଉପରେ ଆଖି, ତଦନ୍ତ କରିପାରେ ଇଡି

ଭୁବନେଶ୍ୱର: କଂଗ୍ରେସ ସାଂସଦଙ୍କ ପରିବାର ମାଲିକାନାରେ ଥିବା ଏକ ଡିଷ୍ଟିଲରି ଗ୍ରୁପ୍ରୁ ଆୟକର ବିଭାଗର ଅଭୂତପୂର୍ବ ୩୫୦ କୋଟି ଟଙ୍କା ଜବତ ହେବା ପରେ ସମ୍ଭାବ୍ୟ ହାଓ୍ୱାଲା ଅପରେସନ୍ ଏବଂ ବେଆଇନ ଅର୍ଥ କାରବାର ପାଇଁ ନକଲି କମ୍ପାନୀର ବ୍ୟବହାରକୁ ସୁଚାଉଛି। ଯାହାର ତଦନ୍ତ ଇଡି କରିପାରେ ବୋଲି…

ସମ୍ବଲପୁର ସ୍ଥିତ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ, ଆସିବେ ମୋଦୀ!

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍-ଏସ୍)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଆଇଏମ୍-ଏସ୍ ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ପ୍ରଧାନମନ୍ତ୍ରୀଙ୍କ…

ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ ଅବଧି, ଜାଣନ୍ତୁ କେବେଯାଏଁ କରିବ ଚଳାଚଳ

ଭୁବନେଶ୍ଵର: ସର୍ବସାଧାରଣଙ୍କ ପାଇଁ ଖୁସି ଖବର । ବଢିଲା ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନର ଅବଧି । ଜନସାଧାରଣଙ୍କ ଯାତ୍ରାପାଇଁ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀଙ୍କ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳ ବିଭାଗ ଏହି ନିଷ୍ପତି…

ବୋରୱେଲ ଭିତରେ ପଡିଗଲା ନବଜାତ ଶିଶୁ: ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ସମ୍ବଲପୁର: ପୁଣି ବୋରୱେଲ ଗାତରେ ପଡିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଅଞ୍ଚଳରେ ଘଟିଛି ଏପରି ଘଟଣା ।  ବୋର୍‌ୱେଲ ଭିତରେ ପଡ଼ିଛି ନବଜାତ ଶିଶୁ । କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ…

ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ

ଭୁବନେଶ୍ବର: ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ ।  ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅନ୍ତେବାସୀଙ୍କୁ ଶୀତ ସମୟରେ ଅଧିକ ଆରାମଦାୟକ ରହଣି ପାଇଁ ରାଜ୍ୟର ୫ ଲକ୍ଷରୁ ଅଧିକ…

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟ୍ ରୁ ଲୁଟ୍, ତଦନ୍ତ ଜାରି

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଏବେ କିଛି ଦିନ ହେବ ଲୁଟେରାଙ୍କ ଟାର୍ଗେଟରେ ରହିଛି ଭୁବନେଶ୍ବରର ବଡ ବଡ ଆପାର୍ଟମେଣ୍ଟ । ଲୋକେ ପୂର୍ବରୁ ଆପାର୍ଟମେଣ୍ଟରେ ରହିବାକୁ ଅତି ସୁରକ୍ଷିତ ମନେ କରୁଥିବାବେଳେ, ଏବେ କିନ୍ତୁ ଏହାକୁ ଅସୁରକ୍ଷିତ ମନେ…