Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋନପୁରରେ ତାମିଲନାଡୁ ମନ୍ତ୍ରୀ ଉଦୟନାଥ ଷ୍ଟାଲିନଙ୍କ ବିରୋଧରେ ଏତଲା

ସୋନପୁର: ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ତଥା ତାମିଲନାଡୁର ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି, ବିଜେପିର ପୂର୍ବତନ ନେତା…

ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ଆବଶ୍ୟକ ସୁବିଧା ନଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ନଥିବା ଅଭିଯୋଗ କରି ସୋମବାର ଦ୍ୱିତୀୟ କ୍ୟାମ୍ପସର ପ୍ରଶାସନିକ ବ୍ଲକରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା…

ଗେଷ୍ଟ ହାଉସରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମିକାକୁ ଅଟକ ରଖିଲା ପୋଲିସ

ଭଦ୍ରକ: ଏକ ଗେଷ୍ଟ ହାଉସରେ ସୋମବାର ପ୍ରେମିକ ଆତ୍ମହତ୍ୟା କରିବା ପରେ ପୁଲିସ ଜଣେ ଯୁବତୀଙ୍କୁ ଅଟକ ରଖିଛି। ତେବେ ଆତ୍ମହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଳାହରି ଗ୍ରାମର ଦେବରାଜ ସାମଲ (୨୩) ଚରମ୍ପା ରେଳ ଷ୍ଟେସନ ନିକଟରେ…

ସରକାରୀ ହସ୍ପିଟାଲରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରମାନେ ସୋମବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ବ୍ୟାନରରେ ଶତାଧିକ ଆୟୁଷ ଡାକ୍ତରମାନେ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ…

ଟ୍ରାଫିକ ସମସ୍ୟା: ଟୁଇନ୍ ସିଟିରେ ସଂଧ୍ୟାରେ ମାଲବାହୀ ଟ୍ରକ ପ୍ରବେଶ କରିପାରିବ ନାହିଁ

ଭୁବନେଶ୍ୱର: ସଂଧ୍ୟା ହେଲେ ରାଜଧାନୀ ଓ କଟକ ଭିତରେ ଯିବା ଆସିବା କରିବା କାଠିକର। ଯାହା ଦୁଇ ସହର ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ସମସ୍ୟାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ ଏହାର ସମାଧାନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସନ୍ଧ୍ୟାରେ ଦୁଇ ସହରରେ ମାଲବାହୀ ଗାଡ଼ି ଚଳାଚଳ ଉପରେ କଟକଣା…

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ…

ସେପ୍ଟେମ୍ବର ୨୫ରୁ ପିସିସିର ‘ଘରେ ଘରେ କଂଗ୍ରେସ ଅଭିଯାନ’

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫…

ପିଡିଏସ ଚାଉଳ ଅନିୟମିତତାକୁ ନେଇ ଉତ୍ତେଜନା: ବିଡିଓ ଓ ଯୋଗାଣ ନିରୀକ୍ଷକଙ୍କୁ ଘେରିଲେ ମହିଳା

ଭଦ୍ରକ: ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କରଞ୍ଜିଆରେ ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗରେ ଉତ୍ତେଜନା ପ୍ରକାଶ କରି ଶତାଧିକ ମହିଳା ହିତାଧିକାରୀ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ଓ ଯୋଗାଣ ନିରୀକ୍ଷକଙ୍କୁ ଘେରାଉ କରିଥିଲେ। ଦୁଇ ମାସ ହେବ ପିଡିଏସ୍ ଚାଉଳ କୋଟା ପାଇନଥିବା ଅଭିଯୋଗ…

ଶଙ୍ଖ ଭବନକୁ ସୂର୍ଯ୍ୟ ପାତ୍ରଙ୍କ ମର ଶରୀର ନଯିବା ନେଇ ଭିନ୍ନ ଚର୍ଚ୍ଚା, ଜବାବ ରଖିଲେ ଦଳୀୟ ନେତା

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରକୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟାଳୟ ନବନିର୍ମିତ 'ଶଙ୍ଖ ଭବନ'କୁ ନିଆନଯିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ…

ବିବାଦରେ ଦାମ ରାଉତଙ୍କ ବିଧାୟକ ପୁଅ, କହିଲେ ଅଭିଯୋଗ ଭିତ୍ତିହୀନ

ଜଗତସିଂହପୁର: ସର୍ବସାଧାରଣରେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଥାନାରେ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ନେତ୍ରୀ ଭାବେ…