Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ, ବେପରୁଆ ଗାଡି ଚାଳକଙ୍କଠାରୁ ୯ଟି ଗାଡି ଜବତ

ପୁରୀ: ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ। ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସହରର ବିଭିନ୍ନ…

ରାଜ୍ୟରେ ଗତ ୨୧ ଦିନରେ ୫୩ % ଅଧିକ ବର୍ଷା ରେକର୍ଡ; ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି…

ଦିବଂଗତ ନବ ଦାସଙ୍କ ପରେ ଟାର୍ଗେଟରେ ଆଉ ଜଣେ ନେତା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ…

ସରିଲା ଅବଧି,କିନ୍ତୁ ଶେଷ ହୋଇପାରିଲାନି ରାସ୍ତା କାମ, ସମସ୍ୟା ଘେରରେ ୪ ପଞ୍ଚାୟତବାସୀ

ନବରଙ୍ଗପୁର: ଗାଁକୁ ନାହିଁ ରାସ୍ତା । ସରିଛି ଅବଧି କିନ୍ତୁ ସରିପାରିଲାନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା । ରାସ୍ତା ନଥିବାରୁ ନାହିଁ ନାଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୪ ପଞ୍ଚାୟତବାସୀ । ଜମି ହୁଡ଼ା ଦେଇ କରୁଛନ୍ତି ଯାତାୟାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର…

ଆଉ ନଦୀରେ ବୁଡିବେନି କି କୁମ୍ଭୀର ଟାଣିନେବନି, ନଦୀ ଘାଟରେ ଫେନସିଂ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା, ଏହି ସମସ୍ତ ଘଟଣା ଉପରେ ପଡିବ ପୂର୍ଣ୍ଣଛେଦ। ନଦୀରେ ବୁଡି ମୃତ୍ୟୁ ଘଟିବା ମାମଲାରେ ଲାଗୁନାହିଁ ଅଙ୍କୁଶ। ସେହିପରି ନଦୀ ଘାଟ ପାଖରୁ ହିଁ ମଣିଷକୁ ଟାଣି ନେଇ ଶୀକାର କରୁଛି କୁମ୍ଭୀର ଏବଂ ଘଡ଼ିଆଳ। ଏପରି ଘଟଣା ବଢିବାରେ…

ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ସୂଚନା ଦେଇଥିଲେ…

ପାରାଦୀପରେ ‘ସାଗର କବଚ-୨’, ଦୁଇ ରାଜ୍ୟ ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ: ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୨’ । ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି…

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ସ୍ଥିତି ଯାଞ୍ଚ କଲେ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେଣୁ ସୁରକ୍ଷା ବଳୟ ମଧ୍ୟରେ ରହିଛି  ବିଧାନସଭା । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଯାଞ୍ଚ କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ…

ଚିହ୍ନଟ ହେଲା ବିରଳ ସାମୁଦ୍ରିକ ମାଛ ଫ୍ଲାଇଙ୍ଗ ଗୁର୍ନାର୍ଡ, ଦୀଘା ମୁହାଁଣରୁ ମିଳିଥିବା ସୂଚନା

ବ୍ରହ୍ମପୁର: ଦୀଘା ମୁହାଁଣରୁ ମିଳିଥିବା ଏକ ନୂତନ ପ୍ରଜାତିର ମାଛକୁ ଚିହ୍ନଟ କରିଛନ୍ତି ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ । ଏ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛଟିକୁ ଫ୍ଲାଇଙ୍ଗ ଗୁର୍ନାର୍ଡ ବୋଲି ବୈଜ୍ଞାନିକ କହିଛନ୍ତି । ଯେଉଁଥିରେ ସୂକ୍ଷ୍ମ…

ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ; ସୁଦାମଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବା ପୂର୍ବରୁ  ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ଇସ୍ତଫା ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗ । ସୁଦାମ ମାର୍ଣ୍ଡିଙ୍କ ହାତରେ ଏବେ  ରାଜସ୍ୱ ବିଭାଗ…