Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଖଣି ନିଲାମୀରେ ଅନିୟମିତତା ହୋଇଥିବା ସରକାର ମାନିଛନ୍ତି, କାହା ପକେଟକୁ ଦୁର୍ନୀତି ଟଙ୍କା ଯାଇଛି?

ଭୁବନେଶ୍ୱର: ଖଣି ନିଲାମରେ ବ୍ୟାପକ ଅନିୟମିତତା ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି। ମଙ୍ଗଳବାର ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।…

କାହିଁକି ବିଜେପି ଛାଡିବେ ଗିରିଧର ଗମାଙ୍ଗ, ଜବାବ ସୁଆଲରେ କହିଲେ ଶିଶିର

ଜବାବ ସୁଆଲ: ଓଡ଼ିଶା ବିଜେପିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଯଦିଓ ତାରିଖ କେବେ କହି ନାହାନ୍ତି ହେଲେ ଉଭୟ ବିଆରଏସରେ ଯୋଗ ଦେବେ ନେଇ…

ଫୁଟିଲା ବୋମା, ଛିଣ୍ଡିଗଲା ବାଳକର ପାଦ

ସୁନ୍ଦରଗଡ଼: ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବୋମା ଫୁଟି ଜଣେ ୧୦ ବର୍ଷ ବାଳକର ପାଦ ଛିଣ୍ଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ…

ହରିୟାଣା ଚାଲାଣ ବେଳେ ଜବତ ହେଲା ଗଞ୍ଜେଇ ,୭ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଛି । ସେମାନଙ୍କଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ,୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭିଷଣ ମାଛ (୨୫), ଓକେଲର…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

ଅଭିଯୋଗର ତୁରନ୍ତ ସମାଧାନ କଲେ ଜିଲାପାଳ

ଭବାନୀପାଟଣା : କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୭ ଜଣ ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୩ଟି ଗ୍ରାମ୍ୟ ତଥା ସାମୁହିକ…

କୋର୍ଟରେ ହାଜର ହେଲେନି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହେବାର ଥିଲା। ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ସୂଚନା ମୁତାବକ, ଶ୍ରଦ୍ଧାଞ୍ଜଳି…

କମ୍ବିଂ ବେଳେ ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର: ହାର୍ଡକୋର ମାଓବାଦୀଙ୍କ ହାତରେ ପଡ଼ିଲା ହାତକଡ଼ି । କମ୍ବିଂ ବେଳେ ନବରଙ୍ଗପୁର ପୋଲିସକୁ ସଫଳତା ମିଳିଛି । ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ…

ପାରଳାଖେମୁଣ୍ଡିର ୩ଟି ସୁନା ଦୋକାନରେ ଜିଏସଟି ରେଡ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ୩ଟି ସୁନା ଦୋକାନରେ ଆଜି ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ଏନେଇ ବ୍ରହ୍ମପୁର ସିଟି ଆଣ୍ଡ ଜିସଟି ଅଧିକାରୀ ମନୋଜ ପଣ୍ଡା କହିଛନ୍ତି, ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ୩ଟି ସ୍ୱର୍ଣ୍ଣ ଅଳଙ୍କାର ଦୋକାନରେ ଚଢ଼ାଉ କରାଯାଇଛି । ୩ଟି ଦୋକାନରେ…

ହକି ଟିକେଟ୍ ନାହିଁ, ତଥାପି ଷ୍ଟାଡିୟମ୍ ଖାଲି; ପୁଣି ପୋଲ୍ ଖୋଲିଲା ବିଏମସି

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ । ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ହକି ବିଶ୍ୱକପକୁ ନେଇ ସରକାର ଉତ୍ସବ ପାଳୁଛନ୍ତି । ହକି ଦେଖିବାକୁ ଟିକେଟ୍ ମିଳୁନି । ଅନଲାଇନ୍ ହେଉ କି କାଉଣ୍ଟର କେଉଁଠି ବି ଟିକେଟ୍ ନାହିଁ । ଅର୍ଥାତ୍ ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି…