Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ୮ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟୀ ଏସପି, ୫…

ପଦ୍ମପୁର: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ଆଜି ନାମାଙ୍କନ ଦାଖଲ ନେଇ ଦଳ…

ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି  ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ୟ। ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ବାରା ଆୟୋଜିତ ଏହି…

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି – ଝରତରଭା ରେଳ ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି…

ସାଧାରଣ ଟିସ୍ୟୁକୁ ପ୍ରଭାବିତ ନକରି ଟ୍ୟୁମର ଅବ୍ଲିଟିଭ୍ ମାତ୍ରା ପ୍ରଦାନରେ ସାହାଯ୍ୟ କରେ

ଭୁବନେଶ୍ବର: ଆପୋଲୋ କର୍କଟ କେନ୍ଦ୍ରର ରେଡିଏସନ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଏକ ଷ୍ଟେରେଓଟାକ୍ଟିକ୍ ରେଡିଓ ସର୍ଜରୀ (SRS) କର୍ମଶାଳାର ଆୟୋଜନ କରାଯାଇଛି ।  ରେଡିଓଥେରାପି ହେଉଛି କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଗଭୀର ଟେକ୍ନୋଲୋଜି ଚାଳିତ ଚିକିତ୍ସା ମେଡାଲ । ଇଞ୍ଜିନିୟରିଂ ଏବଂ…

ଦର୍ଶକଙ୍କ ମନମୋହିଲା ରାଜାରାଣୀ ସଂଗୀତ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ 'ରାଜାରାଣୀ ସଙ୍ଗୀତ ଉତ୍ସବ' ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକଙ୍କ ମନ ମୋହିଛି । ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ସାରଙ୍ଗୀ ବାଦକ ତଥା କିମ୍ବଦନ୍ତୀ…

ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ତୁଟୁନି ଅଡ଼ୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ ବିଜେଡି ହାତରେ ଥିବା ଏ ଆସନ ପାଇଁ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି । ଅନେକ କହୁଛନ୍ତି ଦଳ ଭିତରେ ଏକାଧିକ ଆଶାୟୀ ବିଜେଡି ପାଇଁ ପଦ୍ମପୁରରେ,…

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା । ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…