Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଅ ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଘାଂସିବିଲି ଗ୍ରାମରେ ପୁଅର ମାଡ଼ରେ ବାପାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ। ପୁଅ ଅନ୍ତର୍ୟ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷୀପ୍ତ ହୋଇ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲାଣି ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦…

ଆଇଜର ପ୍ରତିଷ୍ଠାତା ନିର୍ଦେଶକଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା…

ଶିଶୁ ଅନୁକୂଳ ଥାନା ଉଦ୍‌ଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଅତିରିକ୍ତ ଏସ୍‌ପି ଅସୀମ…

ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଦିଆଗଲା ସ୍ୱଚ୍ଛ ଶ୍ରୀକ୍ଷେତ୍ର ବାର୍ତା

ପୁରୀ: ପୁରୀରେ ଗୋସାଣୀ ପୂଜା ବା ଦୁର୍ଗା ପୂଜାର ଚଳ ଚଂଚଳତା ଆରମ୍ଭ ହୋଇଗଲାଣି । ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ପୁରୀରେ ପାରମ୍ପାରିକ ରୀତି ନୀତିରେ ଏହାକୁ ପାଳନ କରାଯାଇଥାଏ । ଆଜି ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ କିପରି ସ୍ୱଚ୍ଛ ବାତାବରଣରେ ଏହାକୁ ଆୟୋଜିତ କରାଯିବ ସେ ନେଇ…

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ…

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ…

ନେତପିଲା ପରମ୍ପରା, ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ ବ୍ରତ ରଖନ୍ତି ସେବାୟତ ପରିବାରର କୁନି କୁନି ଝିଅ

ପୁରୀ: ବହୁ ପୁରାତନ କାଳରୁ ପ୍ରଚଳିତ ନେତ ପିଲା । ମାତା ପାର୍ବତୀ ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେହିଭଳି ଶ୍ରୀକ୍ଷେତ୍ରର ସେବାୟତ ପରିବାରର କୁନି କୁନି କୁଆଁରୀ କନ୍ୟାମାନେ ସଦାଶିବଙ୍କ ପରି ଭଲ ବର ପାଇବାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ମଧ୍ୟ ତୃଟି

ବ୍ରହ୍ମପୁର: ଯାନବାହାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନେଇ ଦୁଇଚକିଆଠାରୁ ଚାରିଚକିଆ ଯାନର ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁଠି ସ୍ଳଟ୍‌ ମିଳିବାରେ ସମସ୍ୟା ହେଉଛି ତ’ ଆଉ କେଉଁଠି ସ୍ଳଟ୍‌ ମିଳିଥିଲେ ମଧ୍ୟ ପ୍ଲେଟ୍‌ ଲଗାଇବା ପାଇଁ ଅନେକ ଦିନ…

ଠିକାଦାରଙ୍କ ଗାଡ଼ି ଚଢ଼ୁଥିଲେ ଯନ୍ତ୍ରୀ, ମିଳିଲାଣି ପ୍ରଚୁର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍‍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍‍ ମିଳିଛି। ସେହିଭଳି ଘରୁ ନଗଦ…