Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତକାଲି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ, ୧୪୪ଧାରା ଜାରି

ଭଦ୍ରକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହାସହ ବାବାଙ୍କ…

ଗାଁକୁ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରେ ବସିଲେ ଗାଁ ଲୋକେ

ମୟୁରଭଞ୍ଜ: ଗାଁକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଗ୍ରାମବାସୀ କଲେ ରାସ୍ତା ଅବରୋଧ । ଆଜିବି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗର ସାହି ଗାଁକୁ ମିଳିନି ବିଦ୍ୟୁତ ସଂଯୋଗ । ଦୀର୍ଘ ଦିନ ହେଲା ଗାଁକୁ ଖୁଣ୍ଟି ପଡ଼ିଛି । ହେଲେ ଆଜିଯାଏଁ ବିଦ୍ୟୁତ ସଂଯୋଗ ମିଳିପାରିନାହିଁ । ହେଲେ ବିଡ଼ମ୍ବନାର…

ପୁଣି ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ କୁମାର ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ଡ଼ିଏସପିଙ୍କ ନେତୃତ୍ୱରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଆର୍.ଡି ଡିଭିଜନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଋଷିନାଥ ବରାଳ । ତାଙ୍କର ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ ଚାଲିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛନ୍ତି ଭିଜିଲାନ୍ସର ୪ଟି ଟିମ୍ । ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର…

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ…

ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ: ପବିତ୍ର କାର୍ତ୍ତିକମାସ ଶୁଳ୍କପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି । ପଞ୍ଚୁକରେ ବିଭିନ୍ନ ବେଶ ଧାରଣ କରୁଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଜମୁଛି । ପଞ୍ଚୁକ ଚତୁର୍ଥ ଦିନରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ…

+୨ ତୃତୀୟ ପର୍ଯ୍ୟାୟ ନାମଲେଖା, ଆଜିଠୁ ଅଫଲାଇନ୍ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲିଥିବା ସିଟ୍‌ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ । ଆଜି ସକାଳ…

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁଚରଣ ରାଉତ

ଭୁବନେଶ୍ୱର:ପରଲୋକରେ ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତ । ଗତକାଲି ରାତିରେ ଭୁବନେଶ୍ୱର ଲୁଇସ୍ ରୋଡ୍ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଷ୍ଣୁଚରଣ ରାଉତ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କିଛି ଦିନ ହେବ ସେ ବାର୍ଦ୍ଧକ୍ୟ…

ଆଇପିଏସ ସ୍ତରରେ ଅଦଳବଦଳ : ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ୍‍ ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍‍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୫ ଆଇପିଏସ ଅଫିସରଙ୍କ ପଦବୀରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ରାଜ୍ୟ ମାନବାଧିକାର କମିଶନ ଅତିରିକ୍ତ ଡିଜିପି ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ବ ପ୍ରଦାନ…

ଆରମ୍ଭ ହେଲା ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଉଭୟ ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପାୟନ ପରିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧ । ଭର୍ଚୁଆଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ…