Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣା, ସେୟାର ମାର୍କେଟରେ କ୍ଷତି ଯୋଗୁଁ ସ୍ତ୍ରୀ ଓ ପୁଅକୁ ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଦେବାଳିଆ କାରଣରୁ ପ୍ରଥମେ ସ୍ତ୍ରୀ ଓ ପରେ ପୁଅକୁ ହତ୍ୟା କରିଛି ଅଭିଯୁକ୍ତ ଅବନ୍ତି ମଙ୍ଗରାଜ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ହତ୍ୟା କରିବା ପାଇଁ ଅଭିଯୁକ୍ତ…

ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା । ପବିତ୍ର ଦୀପାବଳି ଅବସରରେ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କରୋନା କଟକଣା କାରଣରୁ ଦୀପଜାଳି ପରିବାର ସହିତ ଉତ୍ସବ ମନାଇବାକୁ ପଡୁଛି। ଏନେଇ…

ଭୁବନେଶ୍ବରରୁ ଅପହୃତ ନାବାଳିକା ଗଞ୍ଜାମ ରମ୍ଭାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ରମ୍ଭାରୁ ଉଦ୍ଧାର । ନାବାଳିକାକୁ ଏକ ଘର ଭିତରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ, ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତ ୨୭ ତାରିଖରେ ୟୁନିଟ୍-୬…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର…

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ: ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ଲିପ୍ଟରେ ୮ ଜଣ ଆଇନଜୀବୀ ଫସିଥିବା ବେଳେ…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଦିତ୍ୟ ମହାପାତ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘଦିନ…

ବଢୁଛି ନକଲି ନୋଟ୍ କାରବାର , ଜଣେ ଗିରଫ

ଚାନ୍ଦବାଲି: ଦିନକୁ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନକଲି ନୋଟ୍ କାରବାର ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୀରାହାଟ ଥାନା ଅଞ୍ଚଳରେ। ବାଁସଡା ଥାନା ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିରଞ୍ଜନ ଜେନା ବୋଲି ଜଣାପଡିଛି । ଯୁବକ ଜଣକ ଗଦି ବଜାରରେ ଥିଲା…

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ “ଫେରିଲେ ମୁଁ ତୁମର”

ଭୁବନେଶ୍ୱର: ଓଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇପ୍ ଲାଇନରେ ରହିଛି । ଏହି ଧାରାରେ ସାମିଲ ହୋଇଛି ବବି ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ଫେରିଲେ ମୁଁ ତୁମର । ଆଜି ଭୁବନେଶ୍ୱରରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଶୁଭ ମହୁରତ ଅବସରରେ ଫିଲ୍ମର ଷ୍ଟାରକାଷ୍ଟଙ୍କଠାରୁ ଆରମ୍ଭ…

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ୩ଗୁରୁତର

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ। ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ…

କଟକରୁ ପୁଣି ଜବତ ହେଲା ୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ବାଣ

କଟକ:  କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି ।…