Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର: ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ । ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।  ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି…

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ…

ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ବର: ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଲୁଟି ନେଲେ ଦୁଇ ଯୁବକ । ଜଣେ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ରାଜ କିଶୋର ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ପ୍ରଫେସର ରାଜ କିଶୋର ମିଶ୍ରଙ୍କ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଫେସର ମିଶ୍ର ତିନୋଟି ଭାଷାରେ…

ଭାଙ୍ଗିଲା ସୋଲାର ବାଡ, ବଢିଲା ବିପଦ

ଢେଙ୍କାନାଳ: ଭାଙ୍ଗି ରୁଜି ଯାଇଛି ସୋଲାର ବାଡ଼ । ବନବିଭାଗର ଦାଇତ୍ୱ ହୀନତା ଯୋଗୁଁ ଭାଙ୍ଗି ଯାଇଛି ହାତୀ ଉପଦ୍ରବ ରୋକିବା ପାଇଁ ଟଣା ଯାଇଥିବା ସୋଲାର ବାଡ଼ । ଫଳରେ ହାତୀପଲ ଚାଷ ଜମି ଓ ଜନ ବସତି ମୁହାଁ ହେବା ଆଶଙ୍କା ଥିବାରୁ ଭୟଭୀତ ଅଞ୍ଚଳବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି…

ECMO ଚିକିତ୍ସା ଅଧୀନରେ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ECMO ଚିକିତ୍ସା ଅଧୀନରେ ଥିବା ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ହୃଦ୍‌ଘାତ ଶୀକାର ହେବା ପରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଇକ୍‌ମୋ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀଙ୍କ ମୃତ୍ୟୁ…

ରାଜଧାନୀରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ; ଫୋନ୍‌ ନଦେବାରୁ ଲୁହା ରଡ୍‌ରେ ପିଟିଲେ

ଭୁବନେଶ୍ୱର: ରାଜଧାନୀରେ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ଓଡିଶାର ରାଜଧାନୀର ୟୁନିଟ୍-୮ ଡେଲଟା ସ୍କୋୟାରରେ ମର୍ଣ୍ଣିଂ ୱାକ୍‌ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ…

ରାଜ୍ୟରେ ୪୭୭ ନୂଆ ସଂକ୍ରମିତ ଚିହ୍ନଟ; ୭୪ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୪୭୭ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୭୪ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୯୯।…

ଚୋରି ହୋଇଥିବା ସୁନା ଗହଣା ଫେରାଇଲା ପୋଲିସ

ଭଦ୍ରକ : ଚୋରି ହୋଇଥିବା ସୁନା ଗହଣାକୁ ଫେରି ପାଇଲେ ଲୋକ । ଘର ଲୋକଙ୍କୁ ଡାକି ଚୋରି ହୋଇଥିବା ସାମଗ୍ରୀକୁ ଫେରାଇଛି ପୋଲିସ । ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଉଦ୍ଧାର କରାଯାଇଥିବା ଏହି ଚୋରି ସାମଗ୍ରୀକୁ ୯ ଜଣ ପରିବାର…

ଫ୍ରି ଫାୟାର ଗେମ୍ ନେଲା ନବମ ଣ୍ରେଣୀ ଛାତ୍ରଙ୍କ ଜୀବନ

କେନ୍ଦୁଝର : ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଅଭାବନୀୟ ଘଟଣା । ଫ୍ରି ଫାୟାର ଗେମ୍ ନେଲା ଜଣେ ଛାତ୍ରର ଜୀବନ । ମୃତ ଛାତ୍ର ଜଣକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ମା’ଙ୍କୁ ମୋବାଇଲ୍…