Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାନ୍ଦିପୁର ଆଇଟିଆର୍ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତନାଘନା ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ ହୋଇଛି । ଏହି…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ: ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଗାଁର ହେମାନନ୍ଦ ପରିଡା । ହେମାନନ୍ଦ ନିଜ ଘର ପଛ ପାଖ ବାଡ଼ିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।…

ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ଖୋଲିଲା ମୋଟ ୨୪ ଗେଟ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ।  ହୀରାକୁଦରେ ଖୋଲିଲା ମୋଟ ୨୪ଟି ଗେଟ  । ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି । ମୋଟ ୨୪ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ…

ବ୍ରାହ୍ମଣୀ ବଢ଼ି ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଆଜି ମିଳିଲା ମୃତଦେହ

ଯାଜପୁର: ଗତକାଲି ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ବାପା ଓ ପୁଅ ଭାସିଯାଇ ନିଖୋଜ ଥିଲେ । ଆଜି ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ବରି ବ୍ଲକ ବଳିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗାଁରେ । ମୃତକମାନେ ହେଲେ କିଶୋର ସିଂ ଓ ତାଙ୍କ ପୁଅ କୈଳାସ ସିଂ । ଗତକାଲି…

ଆଜି ଓଡ଼ିଶାରୁ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୦.୯୫%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟରେ ରାଜ୍ୟରେ ୬୦ହଜାର ୭୨୨ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ଆଉ ୫୮୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୭୭ ଜଣ ସଂକ୍ରମିତ ଅଛନ୍ତି । ୮ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।…

ସ୍ୱିଗି ବୟ ମିଛ ଅପହରଣର ଯବନିକା: ପ୍ରେମିକା ସହ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ସ୍ୱିଗି ବୟ ଫେକ୍ କିଡନାପ୍ ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜ ଅପହରଣ ନାଟକର ନାୟକ ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁହିଁଙ୍କୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ…

ଦୂରସଞ୍ଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ…

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି…

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ…

ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରେଳବାଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ, ଆଉ କିଛି ଟ୍ରେନ୍ ଆାଂଶିକ ଭାବେ ବାତିଲ କରିଛି ରେଳବାଇ । ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ…